ବିଜେପୁରରେ ଜନ ଅଧିକାର ମଞ୍ଚ ବରଗଡ଼ର କର୍ମକର୍ତ୍ତା ସମ୍ମାନୀତ

ବିଜେପୁରରେ ଜନ ଅଧିକାର ମଞ୍ଚ ବରଗଡ଼ର କର୍ମକର୍ତ୍ତା ସମ୍ମାନୀତ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଉପରପଡ଼ା ସ୍ଥିତ ଓଲ୍ଡ ଇଜ୍ ଗୋଲ୍ଡ ଅନନ୍ତପୂଜା କମିଟି ପକ୍ଷରୁ ଜନ ଅଧିକାର ମଞ୍ଚ, ବରଗଡ଼ର କର୍ମକର୍ତ୍ତାମାନଙ୍କୁ ସମ୍ମାନୀତ କରାଯାଇଛି । ଏହି ଅବସରରେ ଜନ ଅଧିକାର ମଞ୍ଚ, ବରଗଡ଼ର ସଭାପତି ପରେଶ ବିଶି ଓ ସମ୍ପାଦକ ରାମଚନ୍ଦ୍ର ବିଶ୍ୱାଳଙ୍କ ସମେତ ଅନ୍ୟମାନଙ୍କୁ ସମ୍ମାନୀତ କରାଯାଇଥିଲା । ଓଲ୍ଡ ଇଜ୍ ଗୋଲ୍ଡ ଅନନ୍ତପୂଜା କମିଟିର ସଭାପତି ଅନ୍ତର୍ଯ୍ୟାମୀ ମେହେର କର୍ମକର୍ତ୍ତାମାନଙ୍କୁ ସମ୍ମାନୀତ କରିଥିଲେ । ସମ୍ମାନୀତ କାର୍ଯ୍ୟକ୍ରମରେ ଆପ୍ରାଇଜ୍ କଲେଜର ଉପାଧ୍ୟକ୍ଷ ସରୋଜ କୁମାର ନାୟକ, ବସୁଦେବ ବାରିକ, ମୃତ୍ୟୁଞ୍ଜୟ ମହାରଣା ଓ ସୁଧୀର ବରିହା ସମେତ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଜନ ଅଧିକାର ମଞ୍ଚର ସମ୍ପାଦକ ଶ୍ରୀଯୁକ୍ତ ବିଶ୍ବାଳ ଲୋକଙ୍କ ସବୁ ପ୍ରକାରର ଅଧିକାର ଉପରେ ଉପସ୍ଥିତ ଅଗଣ୍ୟ ଜନତାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ ସହିତ ଏଥି ଜଡିତ କୌଣସି ଅସୁବିଧା ହେଲେ ଜନ ଅଧିକାର ମଞ୍ଚ ଲୋକଙ୍କୁ ସହଯୋଗର ହାତ ବଢେଇବ ବୋଲି ପ୍ରକାଶ କରିଥିଲେ । ଏହି ସମ୍ମାନ ପ୍ରଦାନ ଅବସରରେ ଅନନ୍ତପୂଜା କମିଟିର ସଦସ୍ୟ ଓ ଉପସ୍ଥିତ ଅତିଥିମାନେ ଜନ ଅଧିକାର ମଞ୍ଚର କାର୍ଯ୍ୟକଳାପ ଓ ସାମାଜିକ ଅବଦାନ ପାଇଁ ଶୁଭେଚ୍ଛା ଜଣାଇଥିଲେ ।

Leave a Comment

Your email address will not be published. Required fields are marked *

Scroll to Top