ବହଲପାଲିରେ ତୃତୀୟ ଭେଟେରାନ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବହଲପାଲି ଚମ୍ପିୟନ

ବହଲପାଲିରେ ତୃତୀୟ ଭେଟେରାନ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବହଲପାଲି ଚମ୍ପିୟନ

ବରଗଡ଼ : ବରଗଡ଼ ଜିଲ୍ଲା ବହଲପାଲି ଖେଳ ପଡ଼ିଆଠାରେ ବୁଢାରଜା ଫୁଟବଲ୍ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆୟୋଜିତ ତୃତୀୟ ଭେଟେରାନ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬ ୩୧ ଅକ୍ଟୋବରରେ ସମ୍ପନ୍ନ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ବହଲପାଲି, ମର୍ଣ୍ଣିଂ କ୍ଲବ୍ ବରଗଡ଼, ରିଜର୍ଭ ପୋଲିସ ବରଗଡ଼ ଓ ନାଗେନପାଲି ଦଳ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ବାlହଲପାଲି ଦଳ ଚମ୍ପିୟନ ହୋଇଥିବା ବେଳେ ନାଗେନପାଲି ଦଳ ରନର୍ସଅପ୍ ହୋଇଥିଲା। ଏହି କ୍ରୀଡ଼ା କାର୍ଯ୍ୟକ୍ରମରେ ଭେଡେନର ଅତିରିକ୍ତ ତହସିଲଦାର ଶ୍ରୀ ନରହରି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦୁଷ୍ମନ୍ତ ପଧାନ, ବଳରାମ ପଧାନ, କବିରାଜ ପଧାନ, ହରିହର ଭୋଇ ଓ ଗଦାଧର ଦେହେରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭେଟେରାନ୍ ଖେଳାଳିମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ଭାଇଚାରା ଓ ଉତ୍ସାହ ବୃଦ୍ଧି କରିବା ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଅଞ୍ଚଳର କ୍ରୀଡ଼ାପ୍ରେମୀଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Leave a Comment

Your email address will not be published. Required fields are marked *

Scroll to Top