

“ପ୍ରେମ ସାଗର” – ସମ୍ବଲପୁରୀ/କୋଶଲି କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚିତ


ବଲାଙ୍ଗିର/ଲୋଇସିଂହା : ବଲାଙ୍ଗିର ଜିଲ୍ଲା ଲୋଇସିଂହା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ତାଜ୍ ସୁର ସଂଗମ ପ୍ରଯୋଜିତ ତଥା ନିସାର ଅହମ୍ମଦ ନିସାରଙ୍କ ରଚିତ ଓ ନିର୍ଦ୍ଦେଶିତ ସମ୍ବଲପୁରୀ/କୋଶଲି କ୍ଷୁଦ୍ର ଚଳଚ୍ଚିତ୍ର “ପ୍ରେମ ସାଗର” ଉନ୍ମୋଚିତ ହୋଇଯାଇଛି ।


ବହୁ ପ୍ରତିକ୍ଷିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରେନ୍ଦ୍ର କୁମାର ହୋତା, ମୁଖ୍ୟବକ୍ତା ଭାବେ ଲୋକପ୍ରମୀ ଅଶୋକ ମେହେର, ସମ୍ମାନୀତ ଅତିଥି ଭାବେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ସଂସ୍କୃତି ଗବେଷକ ଡ. ଘାସିରାମ ମିଶ୍ର, ବ୍ୟଙ୍ଗକବି ଗଦାଧର ନିଆଲ, ସନ୍ଥ ଚଳଚ୍ଚିତ୍ର ନିର୍ଦ୍ଦେଶକ ନନ୍ଦକାହ୍ନା ପୂଝାରୀ, ବିଡିଓ ଅକ୍ଷୟ ପାଣି ଉଡୁ ଉପସ୍ଥିତ ରହି ଉପନୀତ କାର୍ଯ୍ୟକ୍ରମରେ କଳା ଓ କଳାକାରଙ୍କ ବିଷୟରେ ସୁଚିନ୍ତିତ ମତମନ୍ତବ୍ୟ ପ୍ରଦାନ ସହିତ ଆଗାମୀ ପିଢି ଯେପରି ଏହାକୁ ସହଜରେ ଆଗେଇ ନେଇପାରିବେ, ସେ ଉପରେ ମତମନ୍ତବ୍ୟ ପ୍ରଦାନ କରିଥିଲେ ।


କଳାକାର ଜ୍ୟୋତିପ୍ରକାଶ ସାହୁଙ୍କ ଆକର୍ଷଣୀୟ ସଂଯୋଜନାରେ ଚଳଚ୍ଚିତ୍ରର ପ୍ରଯୋଜକ, ଟେକନିସିଏନ ସମେତ ଏଥି ସଂଶ୍ଲିଷ୍ଟ ସମସ୍ତ କଳାକାରଙ୍କୁ ସମ୍ୱର୍ଦ୍ଧିତ କରାଯିବା ପରେ ସିନେମା ପ୍ରଦର୍ଶିତ ହୋଇଥିଲା ।


ଚଳଚ୍ଚିତ୍ରରେ ପାରିବାରିକ ଦୃଶ୍ୟ ସହିତ ସମାଜରେ ନୂଆ ପିଢିର ପିଲାମାନେ ସଂସ୍କାରୀ ହେବାର ଆବଶ୍ୟକତା ସାଙ୍ଗକୁ ହିନ୍ଦୁ ମୁସଲିମ୍ ଭାଇଚାରାକୁ ନିଖୁଣ ଭାବେ ଦର୍ଶାଯାଇଥିବାରୁ ଏହା କଳାପ୍ରେମୀ ଦର୍ଶକଙ୍କୁ ନିଶ୍ଚିତ ଭାବେ ଆକୃଷ୍ଟ କରିବ ବୋଲି ଚଳଚ୍ଚିତ୍ର ପରିବାର ପକ୍ଷରୁ ଆଶା ପରିଲକ୍ଷିତ ହୋଇଛି । ଉପସ୍ଥିତ ଦର୍ଶକଗଣ ଏହା ଦେଖି ପୀତ ଥିବା ଜଣାପଡିଛି , ଶେଷରେ ଅନୁଷ୍ଠାନର ସମ୍ପାଦକ ସରୋଜ କୁମାର ମହାକୁର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





