ଚାରପାଲି ୟୁଜିଏସଏସରେ ସ୍ବାଧିନତା ଦିବସ ପାଳିତ

ଚାରପାଲି ୟୁଜିଏସଏସରେ ସ୍ବାଧିନତା ଦିବସ ପାଳିତ

ବରଗଡ଼/ବିଜେପୁର :ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଚାରପାଲି ପରିସରରେ ମହାଡମ୍ବରରେ ଭାରତର ୮୦ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ଭାର୍ଗବ ଚନ୍ଦ୍ର ନାୟକ ଜାତୀୟ ପତାକା ଉତ୍ତୋଳନ ପରେ ଛାତ୍ରୀମାନଙ୍କ ଜାତୀୟ ସଂଗୀତ ଗାୟନରେ ତ୍ରିରଙ୍ଗା ପତାକା ତଳେ ଦେଶ ପ୍ରୀତି ଓ ସମ୍ମାନର ଏକ ବାତାବରଣ ସୃଷ୍ଟି ହୋଇଥିଲା ।

Oplus_131072

ଏହାପରେ ଛାତ୍ରଛାତ୍ରୀ ତଥା ସମାଜ ଉଦ୍ଦେଶ୍ୟରେ ଜାତୀୟ ଭାବନା ସୃଷ୍ଟି ସହିତ ଦେଶମାତୃକା ପାଇଁ ସମୁତିତ କର୍ତ୍ତବ୍ୟ ଉପରେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଆକର୍ଷଣୀୟ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅତିଥି ଭାବେ ସରପଞ୍ଚ ସୁଷମା ସାହୁ, ପୂର୍ବତନ ସରପଞ୍ଚ ତଆ ଗୌନ୍ତିଆ ଦେବେନ୍ଦ୍ରନାଥ ସାହୁ, ବିଜେପି ରାଜ୍ୟ ପରିଷଦ ସଦସ୍ୟ ତଥା ଭଦ୍ରବ୍ୟକ୍ତି ଶରତ କୁମାର ବିଶି, ପୂର୍ବତନ ଏସଏମସି ଚେୟାରପର୍ସନ୍ ତଥା ସାମ୍ବାଦିକ ଜଗନ୍ନାଥ କୁମ୍ଭାର, ଚଳିତ ଚେୟାରପର୍ସନ୍ ଭରତ କୁମ୍ଭାର, ସଦସ୍ୟ/ସଦସ୍ୟା ଓ ଅଭିଭାବକ, ଶୁଭ ଚିନ୍ତକ ଭଦ୍ରବ୍ୟକ୍ତିମାନେ ଉପସ୍ଥିତ ଥିବା ବେଳେ ଶିକ୍ଷକ/ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସରଗରମ କରିଥିଲେ ।

ଦଶମ ଶ୍ରେଣୀର ମୁକ୍ତା ବରିହା, ପୂଜା ନାଗ,ଲିପିକା ଖମାରି ଓ ନବମ ଶ୍ରେଣୀ ର ପଙ୍କଜିନୀ ସାହୁ ତଥା ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଗଣ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆକର୍ଷଣୀୟ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ପରେ ଛାତ୍ରଗଣ ପାଞ୍ଚଗୋଟି ପିରାମିଡ୍ ପ୍ରଦର୍ଶନ କରି କାର୍ଯ୍ୟକ୍ରମର ମାନ ବୃଦ୍ଧି କରିଥିଲେ । ପରେ ଛାତ୍ରଛାତ୍ରୀମାନେ ବସ୍ତି ପରିକ୍ରମା ପୂର୍ବକ ଚାରପାଲି ଗ୍ରା.ପ କାର୍ଯ୍ୟାଳୟରେ ପହଞ୍ଚିବା ବ ପରେ ଅତିଥିଗଣ ଓ ପଞ୍ଚାୟତର ବ୍ୟକ୍ତି ବିଶେଷଙ୍କ ଗହଣରେ ସରପଞ୍ଚ ଶ୍ରୀମତୀ ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ଏହି ଅବସରରେ ଛାତ୍ରୀମାନେ ଜାତୀୟ ସଂଗୀତ ଗାୟନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top