

ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ବାଧୀନତା ଦିବସ ପାଳିତ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବରିଷ୍ଠ ନାଗରିକ ସଂଘ ତରଫରୁ ୮୦ତମ ସ୍ବାଧୀନତ ଦିବସ ଉତ୍ସାହିତ ଦେଶପ୍ରିତି ଭାବନାର ସହିତ ପାଳିତ ହୋଇଯାଇଛି । ସଂଘ ସଭାପତି ନବ କିଶୋର ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଡିଓ ସରୋଜ କୁମାର ବିଶ୍ବାଳ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିବା ପରେ ସଂଘର ବିଭିନ୍ନ ସାମାଜିକ ଓ ଉନ୍ନତିମୂଳକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସଂଘର ଭବିଷ୍ୟତ ଯୋଜନା ସମ୍ପାଦକ ହିମାଦ୍ରି ବେହେରା ଆଲୋକପାତ କରିଥିବା ବେଳେ ଉପଦେଷ୍ଟା ଡା. ତହସିଲ ଭବିଷ୍ୟତରେ ସଂଘକୁ ଅଧିକ ସକ୍ରିୟ ଓ ଲୋକାଭିମୁଖୀ କରିବାରେ ସମାଜ ପାଇଁ ଆଗାମୀ ଉପଯୋଗୀ କାର୍ଯ୍ୟପନ୍ଥା ଉପରେ ଆଲୋକପାତ କରିଥିଲେ । ଦେଶର ଜବାନ ଓ କିସାନଙ୍କୁ ପ୍ରକୃତ ସମ୍ମାନ ଦେବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ଗାଆଁ ଗହଳିର ଲୋକଙ୍କ ସହିତ ସାମିଲ ହୋଇ ସମ୍ମାନ ଦେବା ହିଁ ସେମାନଙ୍କ ପ୍ରକୃତ ସମ୍ମାନ ହେବ ବୋଲି ମତପ୍ରକାଶ ପାଇଥିଲା । ପରେ ଦେଶର ଭବିଷ୍ୟତ ଅଖଣ୍ଡତା, ଶାନ୍ତି, ସମୃଦ୍ଧି ପାଇଁ କାମନା ସାମୁହିକ ସଂକଳ୍ପବଦ୍ଧ କାମନା କରାଯାଇଥିଲା ।





