ବିଶ୍ରା ବ୍ଲକରେ ଗୁରୁପୂଜନ କାର୍ଯ୍ୟକ୍ରମ

ନୂତନ ବ୍ଲକ କର୍ମକର୍ତ୍ତା ଚୟନ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଳକ ଅନ୍ତର୍ଗତ ମହିପାଣି ଗ୍ରାମରେ ଜିଲ୍ଲା ଭାଗବତ ଟୁଙ୍ଗି ସୁରକ୍ଷା ସମିତି ଦ୍ୱାରା ଆହୁତ ଶ୍ରୀ ଭାଗବତ ମହୋତ୍ସବ, ଅଙ୍ଗଦାନ, ଗୁରୁପୂଜନ ଓ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସମିତିର ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ମୂଖ୍ୟ ଅତିଥି ଭାବେ ଭାଲୁଲତା ପଞ୍ଚାୟତର ସରପଞ୍ଚ ବିଚା ମିଞ୍ଜ ଉପସ୍ଥିତ ଥିଲେ । ସମିତିର ଉପଦେଷ୍ଟା ନିଶାମଣି ମାହାତ, କୋଷାଧ୍ୟକ୍ଷ ରମେଶ ସୁନା ପ୍ରମୁଖ ଉପସ୍ଥିତ ରହି ସମୁଚିତ ମତ ମନ୍ତବ୍ୟ ପ୍ରଦାନ କରିଥିଲେ । ଶ୍ରୀ ଜଗନ୍ନାଥ ଓ ଭାଗବତ ଗ୍ରନ୍ଥ ପୂଜନ ପରେ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ, ଉପ-ଢୌକନ ଦେଇ ସମ୍ମାନୀତ କରାଯାଇଥିଲା ।

ଗୁରୁ ପୂଜନ କାର୍ଯ୍ୟକ୍ରମର ଯଥାର୍ଥତା ନିମିତ୍ତ ‌ବାଦ୍ୟଗୁରୁ ବନମାଳୀ ମାହାତ, ତ୍ରିଲୋଚନ ମାହାତ, ମିତ୍ରଭାନୁ ମାହାତ, ସଙ୍ଗୀତ ନିର୍ଦ୍ଦେଶକ ରମେଶ ସୁନା, ନିଶାମଣି ମାହାତ, ପଦ୍ମ ଚରଣ ଆଚାର୍ଯ୍ୟ ପ୍ରମୁଖଙ୍କୁ ପଦଧୌତ, ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ଶିଷ୍ୟମାନେ ସମ୍ମାନ ପ୍ରଦର୍ଶନ କରି ଗୁରୁ-ଶିଷ୍ୟ ପରମ୍ପରାକୁ ଆଗେଇ ନେଇଥିଲେ। ଏହି ଅବସରରେ ବିଶ୍ରା ବ୍ଲକ ଭାଗବତ ଟୁଙ୍ଗି ସୁରକ୍ଷା ସମିତିର ନୂତନ କର୍ମକର୍ତ୍ତା ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା ।

ଏଥିରେ ସଭାପତି ଭାବେ ହିରାମଣୀ ଓରାମ , ଉପ-ସଭାପତି ଗୁମଡି ଓରାମ, ସଂପାଦକ ପାନପତି ମାହାତ, ସହ-ସମ୍ପାଦକ ମିତ୍ରଭାନୁ ମାହାତ, କାଯ୍ୟକାରୀ ସଭାପତି ମେନକେତନ ମାହାତ, ଯଶୋବନ୍ତି ମାହାତ, କୋଷାଧ୍ୟକ୍ଷ ସେବତୀ ମାହାତ, ସଂଗଠନ ସମ୍ପାଦକ ରେଖା ମାହାତ, ମିନା ମାହାତ, ଉପଦେଷ୍ଟା ଭାବେ ନିଶାମଣି ମାହାତ, ରମେଶ ସୁନା, ପଦ୍ମ ଚରଣ ଆଚାର୍ଯ୍ୟ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଏହାପରେ ପ୍ରସାରଭାରତି ସମ୍ବଲପୁରର ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରମେଶ ସୁନାଙ୍କ ୬୦ ତମ ଜନ୍ମଦିନ ଲୋକକଳାର ଗୀତ, ବାଦ୍ୟ, ନୃତ୍ୟର ଅପୂର୍ବ ସମ୍ଭାର ମାଧ୍ୟମରେ ପାଳନ କରାଯାଇଥିଲା । ଶେଷରେ ସଭ୍ୟା ସବିତା ମାହାତ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top