

୨୨୪ ଗୋଟି ପ୍ରକଳ୍ପ ପ୍ରଦର୍ଶିତ
ବରଗଡ/ସୋହେଲା : ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଦଶମାଇଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତି ସଭାପତି ସୋମନାଥ ବାରିକ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଲକ ଶ୍ରୀଗିଡା କ୍ଲଷ୍ଟରର ସି.ଆର.ସି.ସି. ବୁଦ୍ଧଦେବ ବିଶି ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା ସମିତିର ଉପ-ସଭାପତି ରୂପଧର ସାହୁ, ଯୁଗ୍ମ ସମ୍ପାଦକ ସାନନ୍ଦ ପଧାନ, କୋଷାଧ୍ୟକ୍ଷ କୁଶବ୍ରଜ ପଧାନ, ସଦସ୍ୟା ସୋନାଳୀ ସାହୁ ଓ ଲିଲି ଭୁଏ ମଞ୍ଚାସୀନ ଥିଲେ । ଆଚାର୍ଯ୍ୟା ରୋଜି ଭୁଏଙ୍କ ସଭା ସଂଯୋଜନାରେ ପ୍ରମୁଖ ଆଚାର୍ଯ୍ୟ ଭୋଜରାଜ ପଧାନ ଅତିଥିଙ୍କ ପରିଚୟ ପ୍ରଦାନ ଓ ବିଜ୍ଞାନ ପ୍ରମୁଖ ଆଚାର୍ଯ୍ୟ ରୂପେସ୍ ବେହେରା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।


ସଭା ଶେଷରେ ବରିଷ୍ଠ ଆଚାର୍ଯ୍ୟ ସ୍ବପ୍ନେଶ୍ବର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରଦର୍ଶିତ ୨୨୪ ଗୋଟି ପ୍ରକଳ୍ପର ବିଚାରକ ଭାବେ ଶ୍ରୀବତ୍ସ ସାହୁ, ସୁଶାନ୍ତ କୁମାର ସାହୁ, ପିଣ୍ଟୁ ବାରିକ, ଲଲିତା ସାହୁ, ରଶ୍ମୀରେଖା ସାହୁ ପ୍ରମୁଖ ପାଞ୍ଚ ଗୋଟି ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀଗଣ ସୂଚାରୁ ରୂପେ ଦାୟୀତ୍ବ ତୁଳାଇଥିଲେ । ମୂଲ୍ୟାୟନ ପରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିଗଣ ପୁରଷ୍କୃତ କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ/ଆଚାର୍ଯ୍ୟା, ସେବକ/ସେବିକା ତଥା ଶୁଭେଚ୍ଛୁଙ୍କ ଉପସ୍ଥିତି ସହିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।





