

ସୁନ୍ଦରଗଡ଼ ଜିଲ୍ଲା ଭାଗବତ ଲୋକକଳା ମହୋତ୍ସବ ପାଳିତ


ସୁନ୍ଦରଗଡ/ସବଡେଗା : ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବଜାର ପ୍ରଙ୍ଗଣରେ ଜିଲ୍ଲା ଭାଗବତ ଲୋକକଳା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ସରପଞ୍ଚ ମାଧୁରୀ ଡୁଙ୍ଗଡୁଙ୍ଗ, ଜିଲ୍ଲା ଭାଗବତ ଟୁଙ୍ଗୀର ସଭାପତି ରଜନୀ କାନ୍ତ ଆଚାର୍ଯ୍ୟ, ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ସହ-ସମ୍ପାଦକ ପ୍ରଫୁଲ୍ଲ ମିଶ୍ର, ଉପଦେଷ୍ଟା ନିଶାମଣି ମାହାତ, କୋଷାଧକ୍ଷ ରମେଶ ସୁନା ଓ ଗଞ୍ଜେଶ୍ବରୀ କଳା ପରିଷଦର କାର୍ଯ୍ୟକର୍ତ୍ତା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ମୃତ୍ୟୁ ପରେ ସ୍ବଇଚ୍ଛାରେ ଅଙ୍ଗଦାନ, ଗୁରୁ ପୂଜନ ଓ ସମ୍ବର୍ଦ୍ଧନା ସହିତ ମହୋତ୍ସବ ପାଳିତ ହୋଇଥିବା ବେଳେ ଭାସ୍କର ମଗର ମଞ୍ଚ ପରିଚାଳନା ଦାୟୀତ୍ବ ତୁଳାଇଥିଲେ.। ଏହି ଅବସରରେ ୫୩ ଗୋଟି ସାଂସ୍କୃତିକ କଳାକାର ଦଳ ନିଜ ନିଜର କଳା ପ୍ରଦର୍ଶନ କରି ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁୁଗ୍ଧ କରିଥିଲେ । ଅତିଥିଗଣ ନିଜ ନିଜର ଅଭିଭାଷଣରେ ଶ୍ରୀଭାଗବତର ସନାତନୀ ଉପାଦେୟତା, ଅଙ୍ଗଦାନର ଅମୁଲ୍ୟ ସେବା ତଥା ସରକାରଙ୍କ ଆଭିମୁଖ୍ୟ, ଗୁରୁ ପରମ୍ପରା ସମ୍ପର୍କରେ ବିଶେଷ ମତ ମନ୍ତବ୍ୟ ପ୍ରଦାନ କରିଥିଲେ । ମଞ୍ଚରେ ୧୦ ଜଣ ଗୁରୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ପବିତ୍ର ତନ୍ତୀ, ବିନୋଦ ସେଠ, ଋଷିନାଥ ସୁନା ପ୍ରମୁଖ ସହଯୋଗ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳରୁ କଳାକାର ମାନେ ସାମିଲ ରହି ଜିଲ୍ଲା ସ୍ତରୀୟ ଉକ୍ତ ମହୋତ୍ସବକୁ ଶତ ପ୍ରତିଶତ ସଫଳ କରାଇଥିଲେ ।





