କ୍ରୀଡା ଶିକ୍ଷକ ହିଁ ସୁସ୍ଥ ଶାରୀରିକ ଓ ନାଗରିକ ଗଠନର ମୂଳାଧାର

କ୍ରୀଡା ଶିକ୍ଷକ ହିଁ ସୁସ୍ଥ ଶାରୀରିକ ଓ ନାଗରିକ ଗଠନର ମୂଳାଧାର

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ଟି.ଗଣ୍ଡପାଲି ଠାରେ ବ୍ଲକ ଶାରୀରିକ ଶିକ୍ଷା ଶିକ୍ଷକ ସଙ୍ଘ ତରଫରୁ ଅଦ୍ୟ ତା.୧୮..୭.୨୦୨୬ ଶନିବାର ଦିନ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସ୍ଥାୟୀ ସଭାପତି ଶ୍ରୀ ସଚ୍ଚାଦାନନ୍ଦ ପଧାନଙ୍କ ସଭାପତିତ୍ୱ ତଥା କ୍ରୀଡା ଶିକ୍ଷକ ବାଳକୃଷ୍ଣ ପୋଢଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବିଦାୟୀ କ୍ରୀଡା ଶିକ୍ଷକ ଲିଙ୍ଗରାଜ ଖମାରୀଙ୍କୁ ଶାରୀରିକ ଶିକ୍ଷା ଶିକ୍ଷକ ସଙ୍ଘ ତରଫରୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ହାଇସ୍କୁଲର ପ୍ରଧାନ ଶିକ୍ଷକ ଭରତ ସା, କ୍ରୀଡା ଶିକ୍ଷକ ସଙ୍ଘର ସମ୍ପାଦକ ଭବାନୀ ଶଙ୍କର ସାହୁ, ପୂର୍ବତନ ଖେଳ ଶିକ୍ଷକ ତଥା ସଂଘର ପୂର୍ବତନ ସମ୍ପାଦକ ସୁରେନ୍ଦ୍ର ପଧାନ, ପୂର୍ବତନ ସମ୍ପାଦକ ଶ୍ରୀ ବିଶିକେଶନ ମେହେର, ଗଜାନନ ସାହୁ, ସରୋଜ କୁମାର ପୁରୋହିତ ମଞ୍ଚାସୀନ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ମକରଧ୍ବଜ ସାହୁ, ବିଶ୍ବମୋହନ ପଧାନ, ଦଶରଥ ଗଡ଼ତିଆ, ନିଜ ନିଜର ବକ୍ତବ୍ୟ ରଖି ସଭାକୁ ଆହୁରି ଆକର୍ଷଣୀୟ କରିଥିଲେ । ସଭାରେ ପରବର୍ତ୍ତି ସମୟ ପାଇଁ ବିଦାୟୀ କ୍ରୀଡା ଶିକ୍ଷକ ଶ୍ରି ଖମାରୀଙ୍କ ସୁଖସ୍ବାଚ୍ଛନ୍ଦ୍ୟ ଦୀର୍ଘ ନିୟାମୟ ଜୀବନ କାମନା କରାଯାଇଥିଲା । ସ୍ଥାନୀୟ ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ଏଥିରେ ସହଯୋଗ କରିଥିବା ବେଳେ ଶିକ୍ଷକ ଗଜାନନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top