ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା

ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା

ସମ୍ବଲପୁର : ମାନବ ସମାଜର ବିକାଶ ଏବଂ ପ୍ରଗତି ନିମନ୍ତେ ଶିକ୍ଷାର ମହତ୍ବପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷା ମନୁଷ୍ୟର ବିବେକ, ଜ୍ଞାନ, ବୁଦ୍ଧି ଏବଂ ବୋଧଶକ୍ତିକୁ ଉନ୍ନତ କରିଥାଏ । ମାତ୍ର ଆର୍ଥିକ ପରିସ୍ଥିତି ଯୋଗୁଁ ଅନେକ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ସେପରି ଜଣେ ଛାତ୍ରୀ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ବୁଢ଼ାକଟା ଗ୍ରାମର ସ୍ନେହା ଗର୍ଡିଆ । ନିକଟରେ ସେ ଏନ୍‌ସିଇଟି ପରୀକ୍ଷାରେ ରେଙ୍କ ୧ ଲାଭକରି ଆଇଟିଇଟି ପାଠ୍ୟକ୍ରମରେ ସୁନ୍ଦରଗଡ଼ ଅଟୋନମସ କଲେଜରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି । ମାତ୍ର ଶ୍ରମିକ ଭାବେ କାର୍ଯ୍ୟରତ ପିତାଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନ ଥିବାରୁ ତାଙ୍କୁ ଡକ୍ଟର ବି.ଆର୍ ଆମ୍ବେଦକର ସୋସିଆଲ ଓ୍ବେଲଫେଆର ଫେଡେରେସନ ଏବଂ ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଘ ସମ୍ବଲପୁର ତରଫରୁ ୫୦୦୦/- ନଗଦ ଅର୍ଥ ପ୍ରଦାନ କରାଯାଇଛି । ଏଥି ସହ ବାବା ସାହେବ ଡ. ବି.ଆର୍ ଆମ୍ବେଦକର ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ. ଗୁଣମଣି ସୁନାନୀ ୧୦,୦୦୦/- ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ହୋଟେଲ କାବେରୀ, ସମ୍ବଲପୁରରେ ଆୟୋଜିତ ସଭାରେ ଫେଡରେସନର ସଭାପତି ଇଂ ଦ୍ବିତୀୟା ଗର୍ଡିଆ, ସମ୍ପାଦକ କ୍ଷେତ୍ରମଣି ବିଭାର, କାର୍ଯ୍ୟକାରୀ ସଭାପତି ଗଣେଶ ହରିପାଲ, କୋଷାଧ୍ୟକ୍ଷ ଯଦୁନାଥ ସୁନା, ସଭ୍ୟ ଉମାଶଙ୍କର ଶିଖା ଏବଂ ମହିଳା ସଂଘର କୋଷାଧ୍ୟକ୍ଷା ସୁନୀତା ନାଗ , ସହ- କୋଷାଧ୍ୟକ୍ଷା ମଂଜୁ ଶିଖା, ସହ-ସମ୍ପାଦିକା ସ୍ବପ୍ନା ମନ୍ଦୋଦରୀଙ୍କ ଉପସ୍ଥିତରେ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top