ଚେତନାର ଉତ୍ତରଣରେ କାଳଜୟୀ ସାହିତ୍ୟ ସୃଷ୍ଟି

୧୪ତମ ଫି ମାସ ଗୁଟେ ଦିନ, ସାହିତ୍ୟ ଭିତରେଁ ହେମା ଲିନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ/ପଦ୍ମପୁର : ସ୍ରଷ୍ଟlର ଚିନ୍ତା ଓ ଚେତନା ଉର୍ଦ୍ଧ୍ବମୁଖୀ ହେଲେ ଉଚ୍ଚାଙ୍ଗ ଓ କାଳଜୟୀ ସାହିତ୍ୟ ସୃଷ୍ଟି ହୋଇଥାଏ, ଯାହା ସମାଜ ପାଇଁ ଆଲୋକବର୍ତ୍ତିକା ଭାବେ ବିବେଚିତ ହୁଏ । ଏଣୁ ପ୍ରତ୍ୟେକ କବି ଓ ଲେଖକ ଏ ଦିଗରେ ଯଥେଷ୍ଟ ମାତ୍ରାରେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ପଦ୍ମପୁର ସନ୍ନିକଟ ମହୁଲପାଲି ଲୁ ନାଟକ ଆଶ୍ରମ, ଠାରେ ଆୟୋଜିତ ସାରସ୍ୱତ ସମାବେଶରେ ମତ ପ୍ରକାଶ ପାଇଛି l ସମ୍ବଲପୁରୀ ସାହିତ୍ୟ ପରିଷଦ, ବରଗଡ଼ ପକ୍ଷରୁ ନିୟମିତ ଭାବେ ପ୍ରତି ମାସ ଅନୁଷ୍ଠିତ ହେଉଥିବା ” ଫି ମାସ ଗୁଟେ ଦିନ, ସାହିତ୍ୟ ଭିତରେଁ ହେମା ଲିନ ” କାର୍ଯ୍ୟକ୍ରମ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି l ପରିଷଦର ସାଧାରଣ ସମ୍ପାଦକ ଗବେଷକ ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ଉକ୍ତ ସଭାରେ ଅତିଥି ଭାବେ କବି ଗୌର ଚରଣ ପ୍ରଧାନ ଓ ସଂଗଠକ ଅଶୋକ କୁମାର ପୁଜାହାରୀ ଯୋଗ ଦେଇଥିଲେ । ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ସାରସ୍ୱତ ପ୍ରେମୀମାନଙ୍କ ଉପସ୍ଥିତିରେ ପାଳିତ ଏହି କାର୍ଯ୍ୟକ୍ରମରେ ସଂଗଠକ ଲଳିତ କୁମାର ସାହୁ ସ୍ୱାଗତ ଭାଷଣ, କବି ଉମେଶ ପ୍ରଧାନ ଅତିଥି ପରିଚୟ ଓ ଆକାଶବାଣୀ କଣ୍ଠଶିଳ୍ପୀ ଦାଉଦ କୁଅଁର ଦେବୀ ବନ୍ଦନା ଗାୟନ କରିଥିଲେ ।

ପ୍ରାରମ୍ଭରୁ ମାଁ ସମଲେଇଙ୍କ ପୂଜାର୍ଚ୍ଚନା ସହ ଦିବଙ୍ଗତ ପ୍ରତିଭା କୋଶଲ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁ, କବି ଦେବାନନ୍ଦ ସେନାପତି ଓ ପ୍ରଫେସର ନାରାୟଣ ପୃଷେଠଙ୍କୁ ଶ୍ରଦ୍ଧା ସୁମନ ଅର୍ପଣପୂର୍ବକ ସେମାନଙ୍କ କୃତି ଓ କୀର୍ତ୍ତି ଉପରେ ଆଲୋଚନା କରାଯାଇଥିଲା l ଜୁନ ମାସରେ ଜନ୍ମିତ ତଥା ସମାବେଶକୁ ଆମନ୍ତ୍ରୀତ ହୋଇଥିବା ଜାତୀୟ ସ୍ତରରେ ଚର୍ଚ୍ଚିତ ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନ, ଅଶୋକ କୁମାର ବହିଦାର, ରାଜେଶ କାରିଆ, ବିଷ୍ଣୁପ୍ରିୟା ପ୍ରଧାନ, ସଂଗଠକ ରୁଦ୍ରନାରାୟଣ ସାହୁ, କବି ହରିଲାଲ ସାହୁ, ମୁନିରାମ କୁମ୍ଭାର, ଜଗନ୍ନାଥ କୁମ୍ଭାର, ଗୋପାଳ ଭେସ୍ରା, ଲଳିତ ବାରିକ, ଦୈତାରୀ ବିଶ୍ୱାଳ, ସୁଶାନ୍ତ ଭୁସାଗର, ଭରତ ଧରୁଆ, ଶେଷଦେବ ଦାଶ, ଲକ୍ଷ୍ମୀକାନ୍ତ ସାହୁ, ନିରଞ୍ଜନ ଥପା ପ୍ରମୁଖଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଏହି ପ୍ରଜ୍ଞାବାନ ବ୍ୟକ୍ତିମାନଙ୍କୁ ଅନୁଷ୍ଠାନ ତରଫରୁ ଏଡ଼ଭୋକେଟ ଗୌନ୍ତିଆ କୁମାର ସାହୁ, ପ୍ରଫେସର ପ୍ରମୋଦ କୁମାର ପାଢ଼ୀ, ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ଗବେଷକ ରମେଶ ଗୁର୍ଲା, ପ୍ରସିଦ୍ଧ ମଞ୍ଚ ଓ ଚଳଚ୍ଚିତ୍ର ଅଭିନେତା ଜଗନ୍ନାଥ ସେଠ, ସଂଗଠକ ପ୍ରୀତିରଞ୍ଜନ ପ୍ରଧାନ, ପ୍ରେମାନନ୍ଦ ବାରିକ, ନାଟ୍ୟକାର ରାଜେନ୍ଦ୍ର ମହାନ୍ତି, ମହେନ୍ଦ୍ର ସେଠ, କବି ଗୁଣନିଧି ଭୋଇ, ତୁଳସୀଦାସ ବାରିକ, ସଫେଦ ନାଏକ, ପ୍ରକୃତି ବନ୍ଧୁ ଅନନ୍ତ ମେହେର ଓ ମୀନକେତନ ସାହୁଙ୍କୁ ଉତ୍ତରୀୟ, ପୁଷ୍ପମାଲ୍ୟ ଓ ଅଶୋକ ବୃକ୍ଷର ଚାରା ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ l

ଦ୍ବିତୀୟ ଅଧିବେଶନରେ ଡ ଗୋବର୍ଦ୍ଧନ ସାହୁଙ୍କ ଭ୍ରମଣ କାହାଣୀ “ଐଶାନ୍ୟ ଦିଗବଲୟର ଆରଫାଲେଁ”, କବି କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ କବିତା ସଂକଳନ “ସରଗି ଫୁଲ”, ଓ ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ପୁସ୍ତକ “ବେତାଲ କଥା” ର ଶୁଭ ଉନ୍ମୋଚନ କରାଯାଇଥିଲା । ଉକ୍ତ ପୁସ୍ତକତ୍ରୟର ସମୀକ୍ଷା କରିଥିଲେ କଥାକାର ତେଜରୁ ବାରିକ, ସ୍ତମ୍ଭକାର ସୁଶାନ୍ତ କୁମାର ମିଶ୍ର ଓ ଅଧ୍ୟାପକ ନିର୍ମଳ କୁମ୍ଭାର ଉକ୍ତ ପୁସ୍ତକତ୍ରୟର ସମୀକ୍ଷା କରିଥିଲେ । ଏହି ଅବସରରେ ପଢା ବାଟ ଦୁଆରି କଳାପଟା ସମ୍ପାଦକ ନାଟ୍ୟକାର ମୋହନ ସିଂ କନହେଇଙ୍କୁ “ଭାଷାର ଧରସା ସମ୍ମାନ” ଓ କବି ଦୁର୍ଲଭ ଗଡତିଆଙ୍କୁ “ରୋହିତ ନାଏକ ସ୍ମୃତି ସମ୍ମାନ” ପ୍ରଦାନ କରାଯିବା ସହିତ ଚପ କାଣିଆ ଶୀର୍ଷକରେ ଦୁଇ ହଜାର ସଂଖ୍ୟକ ଏକପଦୀ କବିତା ଲେଖିଥିବା କବି ସୁଦାମ ପୁଟେଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ତୃତୀୟ ଅଧିବେଶନ କବି ସମ୍ମିଳନୀରେ ଅତିଥିଭାବେ କଥାକାର ନରେନ୍ଦ୍ର ମହାନ୍ତି, ସଂଗଠକ ଦିଲ୍ଲୀପ କୁମାର ଦେବତା, ଗଣେଶ ପଧାନ ଓ ପବିତ୍ର ସାହୁ ମଞ୍ଚାସୀନ ଥିଲେ । ଏଥିରେ କବି ଦୁର୍ବାଦଳ ମେହେର, ଯୁଗେଶ୍ୱର ତାଣ୍ଡି, ସାବିତ୍ରୀ ମେହେର, ସଦାନନ୍ଦ ମେହେର,ମାଲଖୁଲୁ ହରିପାଲ, ଧନେଶ୍ୱର ବିଶି, କିଶୋର ପାତ୍ର, ଭୋଜରାଜ ସ୍ୱାଇଁ, ପୁଢୁ ଭୁଏ ପ୍ରମୁଖ କବିତା ଆବୃତ୍ତି କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଲୁ ନାଟକ ଆଶ୍ରମର ଉଦ୍ଧବ ଘିବେଲା, ବିକାଶ ଡନସନା, ଦିବ୍ୟକିଶୋର ବରିହା ଓ ଗଜାନନ ନାଗଙ୍କ ସମେତ ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ । ଶେଷରେ କବି କୁମୁଦ ବାରିକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top