

କମଗାଁ କଲେଜରେ ‘ମୁଁ ସମର୍ଥ ହେବି’ କାର୍ଯ୍ୟକ୍ରମ
ବରଗଡ : ବରଗଡ ଜିଲ୍ଲା କମଗାଁ ମହାବିଦ୍ୟାଳୟରେ ଏକ ବିଜ୍ଞାନ ତଥା କ୍ୟାରିଅର କାଉନସେଲିଂ କାର୍ଯ୍ୟକ୍ରମ ‘ମୁଁ ସମର୍ଥ ହେବି’ ଅନୁଷ୍ଠିତ ହୋଇଯାଇଛି । ବୁଧବାର ସକାଳ 10 ରୁ 11.30 ଘଣ୍ଟା ପର୍ଯ୍ୟନ୍ତ ବିଜ୍ଞାନ ସଂଚାରକ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ବକ୍ସିଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରରୁ – ପୂର୍ବତନ ଡାଇରେକ୍ଟର ଜେନେରାଲ ଡ. ବି.ଏନ୍ ମହାପାତ୍ର, NCCBM, ବୈଜ୍ଞାନିକ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଗୌଡ଼ CSIR, ଡ଼. ନିରଞ୍ଜନ ଏ.କାମ୍ବୀ, ଆସିଷ୍ଟାଣ୍ଟ ପ୍ରଫେସର, ଗୀତମ ବିଶ୍ୱ ବିଦ୍ୟାଳୟ, ବିଶାଖାପତ୍ତନମ, ଡ଼. ଏଲିଶା ମହାନ୍ତି, ଏସ୍ସିଷ୍ଟାଣ୍ଟ ପ୍ରଫେସର, ସମାଜତତ୍ତ୍ୱ ବିଭାଗ, ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟ, ପୁରୀ, ଶ୍ରୀଯୁକ୍ତ ବିଭୁତି ଭୂଷଣ ପଟ୍ଟନାୟକ, ଗାୟକ ତଥା ସଂଗୀତକାର, ସମ୍ବଲପୁର ଓ ଶ୍ରୀଯୁକ୍ତ ମୋତିଲାଲ ଦୋରା, ସଂଗୀତଜ୍ଞ, ସମ୍ବଲପୁର ପ୍ରମୁଖ ବିଶେଷଜ୍ଞମାନେ ଉପସ୍ଥିତ ରହି କ୍ୟାରିୟର ଗଠନ ଉପରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥିଲେ। କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥି ତଥା ବିଶେଷଜ୍ଞମାନେ ଉପସ୍ଥିତ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ୍ୟାରିୟର ବିଷୟରେ ଆଲୋଚନା କରିଥିଲେ । ଶେଷରେ ଅଧ୍ୟାପିକା ଡ଼. ଦୀପିକା କୁମାରୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଅଧ୍ୟାପିକା ଜ୍ୟୋତିର୍ମୟୀ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ବକ୍ସି ଏହି ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରୁଥିବାରୁ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟେଲ ତାଙ୍କୁ ପ୍ରଶଂସା କରି ଧନ୍ୟବାଦ ଜ୍ଞାପନ କରିଥିଲେ ।





