ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ପିଏମଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାଲପାଲି ପିଏମଶ୍ରୀ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଗଣେଷ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଝସକେତନ ମେହେର, ବରପାଲି ଫର୍ମାସି କଲେଜର ଚେୟାରମେନ ନରେନ୍ଦ୍ର କୁମାର ହୋତା, ଡା. ରଞ୍ଜନ କୁମାର ସାହୁ, ଡା. ଆଶୁତୋଷ ପଧାନ, ପ୍ରଫେସର ଈଶ୍ବର ମେହେର, ଓକିଲ ପ୍ରକାଶ ସାହୁ ଉପସ୍ଥିତ ଥିଲେ ।

ଏହି ଅବସରରେ ସ୍ଥାନୀୟ ସରପଞ୍ଚ ବିଲାସିନୀ ଖମାରୀ, ମୋ ସ୍କୁଲ ଅଭିଯାନର ସଭାପତି ମହେନ୍ଦ୍ର ପଧାନ, ଏସଏମସି ଚେୟାରପର୍ସନ୍ ଭରତ ଖମାରୀ, ପୂର୍ବତନ ଚେୟାରପର୍ସନ୍ ଜୟରାମ ବାଘ, ସାଂସଦ ପ୍ରତିନିଧି ବିନୋଦ ବିଶ୍ବାଳ, ନରେଶ ମେହେର, ରବିନ୍ଦ୍ର ମେହେର, ବିଜୟ ଖମାରୀ, ସୁଦାମ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟକ୍ଷ ଶ୍ରୀ ମେହେର ସଭା ପରିଚାଳନାରେ ଓଡିଆ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁଷମା ଖମାରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ହିନ୍ଦୀ ଶିକ୍ଷକ ପ୍ରକାଶ ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଏହି ଅବସରରେ କ୍ରୀଡା ତଥା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ପୁରଷ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ/ଅଭିଭାବିକାଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ । ଶିକ୍ଷୟିତ୍ରୀ ସରସ୍ବତୀ ସାହୁଙ୍କ ଦ୍ବାରା ପରିଚାଳିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସ୍ତମ୍ଭକାର ସୁଶାନ୍ତ କୁମାର ମିଶ୍ରଙ୍କ ରଚିତ ଓ ସୁରେଶ କୁମାର ସାହୁଙ୍କ ନିର୍ଦ୍ଦେଶିତ ସମ୍ବଲପୁରୀ ଯୁଦ୍ର ନାଟକ “ନୂଆଁଖାଈର୍ ଭାବ୍” ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

( ସମ୍ବଲପୁରୀ କ୍ଷୁଦ୍ର ନାଟକ “ନୂଆଁଖାଈର୍ ଭାବ୍” ର ଏକ ଦୃଶ୍ୟ )

Leave a Comment

Your email address will not be published. Required fields are marked *

Scroll to Top