ପାର୍ବତୀଗିରି ବୃଦ୍ଧାଶ୍ରମରେ ନୂତନ ଅମ୍ବୁଲେନ୍ସ ସେବା ଆରମ୍ଭ

ପାର୍ବତୀଗିରି ବୃଦ୍ଧାଶ୍ରମରେ ନୂତନ ଅମ୍ବୁଲେନ୍ସ ସେବା ଆରମ୍ଭ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲାଇପଦର ପାର୍ବତୀଗିରି ବୃଦ୍ଧାଶ୍ରମରେ ଅନ୍ତେବାସୀ ବୃଦ୍ଧବୃଦ୍ଧାଙ୍କ ସ୍ବାସ୍ଥ୍ୟସେବା ପାଇଁ ପ୍ରଥମ କରି ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିୟାଙ୍କ ଦ୍ୱାରା ଏକ ନୂତନ ଆମ୍ବୁଲାନ୍ସ ସେବଋଊାର ଶୁଭାରମ୍ଭ କରାଯାଇଛି । ବିଧାୟକ ଶ୍ରୀଯୁକ୍ତ ଗଡତିୟାଙ୍କ ପ୍ରୟାସରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ପାଣ୍ଠି ତରଫରୁ ଏହା ଉପଲବ୍ଧ ହୋଇଛି । ବିଧାୟକ ଶ୍ରୀଯୁକ୍ତ ଗଡତିୟା ସବୁଜ ପତାକା ଦେଖାଇ ଅମ୍ବୁଲେନ୍ସ ସେବାର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଏଚସି ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ କୁମାର ମେହେର, ଅବସରପ୍ରାପ୍ତ ଡାକ୍ତର ତହସିଲ ସାହୁ, ବୃଦ୍ଧାଶ୍ରମର ସଭାପତି ସୁବାଷ ପଧାନ, ସମାଜସେବୀ ପାଣ୍ଡବ ପଧାନ ଏବଂ ଜନାର୍ଦ୍ଦନ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ପାଣ୍ଡବ ସାହୁ ଆଦି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ବୃଦ୍ଧାଶ୍ରମର ସଦସ୍ୟ ଏବଂ ଅନ୍ୟାନ୍ୟ ସ୍ଥାନୀୟ ପ୍ରତିନିଧିମାନଙ୍କ ସହିତ ଜିଲ୍ଲା ସାହୁ, ନରସିଂହ ପୂଜାରୀ, ଶରତ ବିଶି ଓ ମହେଶ ଦେବତାଙ୍କ ପରି ଅନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ବୃଦ୍ଧାଶ୍ରମର ପରିଚାଳକ ଜଳନ୍ଧର ପଟେଲ ଆଶ୍ବସ୍ତି ଅନୁଭବ କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ । ବିଧାୟକ ଗଡତିୟାଙ୍କ ସକ୍ରିୟ ଆଭିମୁଖ୍ୟକୁ ଜନସାଧାରଣ ବ୍ୟାପକ ଭାବେ ପ୍ରଶଂସା କରିଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top