ଜିଲ୍ଲା ସ୍ତରୀୟ ସମଲ୍‌ପୁରୀ ଦିନ୍ ୨୦୨୫ ପାଳନ

ଜିଲ୍ଲା ସ୍ତରୀୟ ସମଲ୍‌ପୁରୀ ଦିନ୍ ୨୦୨୫ ପାଳନ

ବରଗଡ଼ : ଭାଷା ପରସ୍ପରକୁ ଯୋଡିବାର ମାଧ୍ୟମ ହୋଇଥିବା ବେଳେ ଏହାକୁ ନେଇ ଗର୍ବ କରିବାର ଦୁର୍ବାର ଆକାଂକ୍ଷା କେଉଁ ଅନାଦି କାଳରୁ ମଣିଷକୁ କ୍ରିୟାଶୀଳ କରିଥାଏ । ଗୁରୁ ସତ୍ୟନାରାୟଣ ବହିଦାର୍ ଓ ଗୁରୁ ଶ୍ରୀଧର ପ୍ରଧାନଙ୍କ ଯୁଗଳବନ୍ଦୀ ଆମ ଭାଷା ସହିତ୍ୟକୁ କାଳଜୟୀ କରିବା ସହ ଉତ୍ତରପୀଢିର ସାହିତ୍ୟପ୍ରେମୀଙ୍କ ମାତୃଭୂମି ପ୍ରତି ପ୍ରେମ ଭକ୍ତି ଜାଗରଣ କରିଥାଏ ବୋଲି ଜିଲ୍ଲା ସ୍ତରୀୟ ସମ୍ବଲପୁରୀ ଦିନ ପାଳନ ଅବସରରେ ଅତିଥିଗଣ ମତବ୍ୟକୁ ଥିଲେ । ବରଗତ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ସମ୍ବଲପୁରୀ ଦିନ୍ ୨୦୨୫ ପାଲନ ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଅତାବିରା ବିଧାୟକ ନୀହାର ରଞ୍ଜନ ମହାନନ୍ଦ ଓ ମୁଖ୍ୟବକ୍ତା ଭାବେ ପ୍ରଫେସର ଟେକଚାନ୍ଦ ଦୁଆନ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥି ଭାବେ ସୁରେଶ୍ବର ସତପଥି, ସୌରୀ ବାରିକ, ଗୌରଚରଣ ପ୍ରଧାନ ଓ ସାହିତ୍ୟିକ ମାହେଶ୍ବରୀ ପ୍ରସାଦ ପାଣିଗ୍ରାହୀ ଉପସ୍ଥିତ ରହି ସମଲପୁରୀ ଦିନର ମହତ୍ବ ଉପରେ ଆଲୋକପାତ କରିଥିଲେ । ଏହ ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ଡକ୍ଟର ଗୋବର୍ଦ୍ଧନ ସାହୁ, ପ୍ରଫେସର ରମାକାନ୍ତ ତ୍ରିପାଠୀ, ସଂପାଦ ପାଦକ ସୁଶୀଳ କୁମାର ତ୍ରିପାଠୀ ଓ ହିନ୍ଦୀ ଅନୁବାଦକ ଦିନେଶ ମାଳି ପ୍ରମୂଖ ଚାରିଜଣ ସାରସ୍ବତ ପ୍ରତିଭାଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା ।

ମାଁ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ଶୋଭାଯାତ୍ରରେ ନଗର ପରିକ୍ରମା ପରେ ସଭାରମ୍ଭ କରାଯାଇଥିଲା । ଲଲିତ ସାହୁ ସ୍ବାଗତ ଅଭିଭାଷଣ, ତେଜରୁ ବାରିକ ଅତିଥି ପରିଚୟ ପ୍ରଦାନ ଓ ରଞ୍ଜିତ ପ୍ରଧାନ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।ଶେଷରେ ଆମର ଦମ୍ ର ସଂପାଦକ ସୁରେଶ ଚନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । କଥାକାର ନରେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଦ୍ବିତୀୟ ଅଧିବେଶନରେ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଅତିଥି ଭାବରେ ଦିଲ୍ଲିପ କୁମାର ଦେବତା, ଅଶୋକ କୁମାର ପୂଝାରୀ, ରମେଶ ମହାପାତ୍ର, ଛବିଲ ପ୍ରଧାନ, ଭିକାରୀ ଚରଣ ପ୍ରଧାନ, ବିରବଲ ମହାକୁର, ହରିଲାଲ ସାହୁ, ଅଜିତ ମେହେର, ଅଧ୍ୟାପକ ସୁଭାଷ ଭୁଏ ପ୍ରମୂଖ ଉପସ୍ଥିତ ଥିଲେ । ଅଧ୍ୟାପକ ଧୃବ ଚରଣ ପ୍ରଧାନ, କେଦାର ନାଥ ସାହୁ, ପ୍ରଫୁଲ୍ଲ ସାହୁ, ଡ. ସଙ୍ଗୀତା ପଣ୍ଡା ଓ ଡ.ଡାରାୟଣ ଭୋଇଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବି ସମ୍ମିଳନୀର ଅଞ୍ଚଳର କବିଗଣ କବିତା ପାଠ କରିଥିଲେ । ପରିଚାଳନାରେ ସର୍ବଶ୍ରୀ ନିମାଇଁ ଚରଣ ପ୍ରଧାନ, ବିକାଶ ଚନ୍ଦ୍ର ସାହୁ, କୁମୁଦ ବାରିକ, ନମିତା ଦୀପ ଯାଦବ, ମାମରାଜ ସ୍ବାଇଁ, ଗୌରଚରଣ ସା ପ୍ରମୂଖ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଚଟନି ମାଷ୍ଟର ଡେନ୍ସ ଗ୍ରୁପ ଓ ସାନ ଡେନ୍ସ ଗୃପ ବରଗଡର କଳାକାରଗଣ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ଉମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top