ଜିଲ୍ଲା ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର ୫ମ ବୈଠକ ଓ ନୂଆଁଖାଇ ଭେଟଘାଟ

ଜିଲ୍ଲା ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର ୫ମ ବୈଠକ ଓ ନୂଆଁଖାଇ ଭେଟଘାଟ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର ପଞ୍ଚମତମ ବୈଠକ ସବଡେଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲା ସମିତି ତଥା ବିକେଏସଏସ ଉପ-ସଭାପତି ଭାସ୍କର ମଗର ସଭାପତିତ୍ବ କରିଥିଲେ । ସଭାରେ ସମିତିର ସଭାପତି ରଜନୀକାନ୍ତ ଆଚାର୍ଯ୍ୟ ଭାଗବତ ଟୁଙ୍ଗୀ ଗୁଡିକର ପୁନରୁଦ୍ଧାର ଏବଂ ପ୍ରତି ଗ୍ରାମରେ ନୂତନ ଟୁଙ୍ଗୀ ଗଠନ ସମ୍ପର୍କରେ ଆଲୋକପାତ କରିଥିଲେ । ସମିତିର କୋଷାଧ୍ୟକ୍ଷ ରମେଶ ସୁନା ଭାଗବତ ଟୁଙ୍ଗୀ ନିର୍ମାଣ ଓ ପରିଚାଳନାକୁ ନେଇ ସରକାରଙ୍କ ଆଭିମୁଖ୍ୟ ବିଷୟରେ ଉପସ୍ଥିତ କଳାକାରମାନଙ୍କୁ ଜଣାଇଥିବା ବେଳେ ମାଁ ଗଙ୍ଗେଶ୍ବରୀ ସଂସ୍କୃତି ସଂଘ ସବଡେଗା ବ୍ଲକ ସଭାପତି ବିପିନ ବେହେରା, ଉପ-ସଭାପତି ସୁକାନ୍ତୀ ଲାରଙ୍ଗ, କୋଷାଧ୍ୟକ୍ଷ ପଙ୍କଜ ବେହେରା, ସମ୍ପାଦିକା କଳ୍ପନା ପଟେଲ, ସହ-ସମ୍ପାଦକ ଖଗେଶ୍ବର କଣ୍ଟା, ଉପଦେଷ୍ଟା ପବିତ୍ର ତନ୍ତୀ, ଅନନ୍ତ ଡୁଙ୍ଗଡୁଙ୍ଗ, ନରସିଂହ ଢମେଲ, ସଦର ବ୍ଲକରୁ ଦୀପକ ବାରିକ, ବାଲିଶଙ୍କରା ବ୍ଲକରୁ ଲଲିତା ଖର୍ସେଲ, ଲାଲମଣି ଖର୍ସେଲ, ଟାଙ୍ଗରପାଲି ବ୍ଲକରୁ ସଦାନନ୍ଦ ଛତ୍ରୀଆ, ଲାଠିକଟା ବ୍ଲକରୁ ପ୍ରକାଶ ଦାଶ, ରାଜଗାଙ୍ଗପୁରରୁ ବାବୁଲାଲ କୁଲୁର ଆଦି ଉପସ୍ଥିତ ରହି ନିଜ ନିଜର ସମ୍ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ସବଡେଗା ବ୍ଲକର ପ୍ରାୟ ତିରିଶ ଦଳରୁ ମୁଖ୍ୟ ବ୍ୟକ୍ତିତ୍ବ ବା କଳାକାରଗଣ ଉପସ୍ଥିତ ଥିଲେ । ଶେଷରେ ନୂଆଁଖାଇ ଭେଟଘାଟ ୨୦୨୫ ପାଳନ ଅବସରରେ ଗୀତ, ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଝୁମି ଝୁମି କଳାକାରଗଣ ମଜା ନେଇଥିଲେ ।

Leave a Comment

Your email address will not be published. Required fields are marked *

Scroll to Top