World AIDS Day observed at Paikmal College : ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ଏଡସ ଦିବସ ପାଳିତ

ପାଇକମାଳ-ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ ରିବନ୍ କ୍ଲବ ସଂଯୋଜନାରେ “ବିଶ୍ବ ଏଡ୍‌ସ ସଚେତନତା ଦିବସ “ପାଳିତ ହୋଇଯାଇଛି । ଆୟୋଜିତ ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ସମ୍ମାନିତ ଅତିଥ୍‌ ଭାବରେ ଯୋଗଦେଇ ଏଡ୍‌ସ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥ୍‌ ଭାବରେ ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧୂକାରୀ ଡ. ଅଙ୍କିତ ରାଜ ସାଗର ଯୋଗଦେଇ ଏଡ୍‌ସର କାରଣ , ନିରାକରଣ ତଥା ରୋଗର ଭୟାବହତା ସଂପର୍କରେ ସଚେତନ କରିଥିଲେ । ଅଧ୍ୟାପକ ପ୍ରଦୀପ କୁମାର ଦେୱାନ ଅତିଥୂ ପରିଚୟ ପ୍ରଦାନ କରିଥିବା ବେଳେ ଯୁବ ରେଡକ୍ରସ ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନ ସଭା ପରିଚାଳନା କରିଥିଲେ ।ଏହି ଅବସରରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ, ପ୍ରଭାତ କୁମାର ବିଶ୍ବାଳ,ଦେବରାଜ ସାହୁ ଅଙ୍କିତ ଦାସ,ଅଭିନାଶ ମହାପାତ୍ର, ମୀନା କୁମାରୀ ସାହୁ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ । ସଭା ଶେଷରେ ଅଧ୍ୟାପିକା ଝରଣା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

World AIDS Day observed at Paikmal College

Leave a Comment

Your email address will not be published. Required fields are marked *

Scroll to Top