World AIDS Day 2024 observed at Rayagada DHH : ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ଵ ଏଡ଼ସ ଦିବସ ପାଳିତ

ରାୟଗଡ଼ : ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ଵ ଏଡସ୍ ଦିବସ ପାଳନ ହୋଇଯାଇଛି । ଏକ ମହତ୍ ଉଦ୍ଦେଶ୍ୟରେ ବିଶ୍ଵ ଏଡ଼ସ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ, ଶୋଭାଯାତ୍ରା, ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡ଼ ଲାଲମୋହନ ରାଉତରାୟ ସଚେତନତା ଶୋଭାଯାତ୍ରା କୁ ଶୁଭାରମ୍ଭ କରିଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ( ରୋଗ ନିୟନ୍ତ୍ରଣ) ଡ଼ ମମତା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡ଼ ପ୍ରଦୀପ୍ତ କୁମାର ସୁବୁଦ୍ଧି, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ତଥା ସୁପରିଟେଡେଣ୍ଟ ଡ଼ ଦ୍ଵିବେନ୍ଦୁ କୁମାର ଦେବ୍, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡ ଗୌତମ ପଟ୍ଟନାୟକ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସହଯୋଗ ସ୍ବାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର ର ଛାତ୍ର ଛାତ୍ରୀ ମାନେ ଏଡ଼ସ ସଚେତନତା ବାର୍ତ୍ତା ନେଇ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ରୁ ଆରମ୍ଭ ହୋଇ ଜିଲ୍ଲା ମୁଖ୍ୟ ମାର୍କେଟ ଓ କୋରାପୁଟ ଛକ ଦେଇ ଚିକତ୍ସାଳୟକୁ ଫେରିଥିଲା, ଏହା ପରେ ଜିଲ୍ଲା ରକ୍ତ ଭଣ୍ଡାର ରେ ଏକ ରକ୍ତ ଦାନ ଶିବିର କରାଯାଇଥିଲା , ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼ ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ( ରୋଗ ନିୟନ୍ତ୍ରଣ) ଡ଼ ମମତା ଚୌଧୁରୀ ରକ୍ତ ଦାନ କରି ରକ୍ତ ଦାନ ଶିବିରର ଶୁଭାରମ୍ଭ କରିଥିଲେ, ଏହା ପରେ ଅନ୍ୟାନ୍ୟ ବ୍ୟକ୍ତି ସ୍ଵେଚ୍ଛାକୃତ ଭାବେ ରକ୍ତ ଦାନ କରିଥିବା ବେଳେ ସିଆରପିଏଫ୍ ଯବାନ ମାନେ ମଧ୍ୟ ରକ୍ତ ଦାନ କରିଥଲେ । କାର୍ଯ୍ୟକ୍ରମ ପରିଶେଷ ରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ଛାତ୍ର ଛାତ୍ରୀ ମାନେ ଏଡ଼ସ ସଚେତନତା ବାର୍ତ୍ତା ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରବେଶ ପଥ ରେ ଏକ ସୁନ୍ଦର ଝୋଟି ଆଙ୍କିଥିଲେ। ସୂଚନା ଥାଉ ଯେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ICTC ରେ ଚଳିତ ବର୍ଷ ମୋଟ ୨୬୧୭୧ ଜଣଙ୍କୁ ଏଡ଼ସ ରୋଗ ବିଷୟ ରେ ପରାମର୍ଶ ପ୍ରଦାନ କରାଯାଇଥିବା ବେଳେ ୨୬୧୪୭ ଜଣଙ୍କ ର ଏଡ଼ସ ପରୀକ୍ଷଣ କରାଯାଇଥିଲା ତନ୍ମଧ୍ୟରୁ ୬୫ ଜଣ ଙ୍କ ର ଏଡ଼ସ ପାଜିଟିଭ ଆସିଥିବା ବେଳେ ୪ ଜଣ ଙ୍କ ର ମୃତ୍ୟୁ ଘଟିଛି ।

World AIDS Day 2024

Leave a Comment

Your email address will not be published. Required fields are marked *

Scroll to Top