

ପ୍ରଦର୍ଶିତ ହେଲା ୪୪୬ ଗୋଟି ପ୍ରକଳ୍ପ
ବରଗଡ ଜିଲ୍ଲା ପଦ୍ମପୁରର ଓ୍ବିନର୍ ବ୍ରାଇଟ୍ ଫ୍ୟୁଚର୍ ସ୍କୁଲରେ ବାର୍ଷିକ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ଅପାଲି ଅପରାଜିତା ଦାଶଙ୍କ ସ୍ବାଗତ ବକ୍ତବ୍ୟ ପରେ ସମସ୍ତ ଅତିଥିଗଣ ଓ ବିଚାରକ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଚାଳନା କମିଟୀ ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ଏକ ଟଙ୍କିଆ କ୍ଲିନିକର ପ୍ରତିଷ୍ଠାତା ଡାକ୍ତର ଶଙ୍କର ରାମଚନ୍ଦାନୀ ଉପସ୍ଥିତ ରହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ନିରୋଜ ଦୋରା ସମେତ ଉପାଧ୍ୟକ୍ଷ ପଦ୍ମନାଭ ପଣ୍ଡା, ସଞ୍ଜୋଜିକା ନିବେଦିତା ଦାଶ ଉପସ୍ଥିତ ଥିଲେ । ଉକ୍ତ ପ୍ରଦର୍ଶନୀରେ କୁନି ବୈଜ୍ଞାନିକ ମାନେ ମୋଟ ୨୩୮ ଗୋଟି ବିଜ୍ଞାନ ପ୍ରକଳ୍ପ ଏବଂ ୧୧୮ ଗୋଟି କଳା ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ଓ ଏହାକୁ ୧୦ ବିଚାରକ ମୂଲ୍ୟାୟନ କରିଥିଲେ ।


