

ଉତ୍ସାହର ସହିତ ଶିଶୁ ଦିବସ ଓ ସ୍ବାଗତ ସମାରୋହ ପାଳିତ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଗଣେଷ ଚନ୍ଦ୍ର ମେହେରଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାଗତ ସମ୍ବର୍ଦ୍ଧନା ସମାରୋହ ବଡ ଉତ୍ସାହର ସହିତ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ବିଳାସିନୀ ଖମାରୀଙ୍କ ପ୍ରତିନିଧି ବିଜୟ ଖମାରୀ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା କବିତା ସାହୁଙ୍କ ପ୍ରତିନିଧି ସୁଦାମ ସାହୁ ପରିଚାଳନା କମିଟୀ ଚେୟାରପର୍ସନ୍ ଭରତ ଖମାରୀ, ମୋ ସ୍କୁଲ ଅଭିଯାନର ଚେୟାରମେନ୍ ମହେନ୍ଦ୍ର ପଧାନ, ସକ୍ରୀୟ କମିଟୀ ସଦସ୍ୟ ଜୟରାମ ବାଘ, ବିନୋଦ ବିଶ୍ବାଳ, ଗଜପତି ବିଭାର ପ୍ରମୁଖ ଉପସ୍ଥିତ ରହି ‘ଛାତ୍ରର ଉପଯୁକ୍ତ ଚରିତ୍ର ଗଠନ’ ଉପରେ ସୁଚିନ୍ତିତ ବହୁମୂଲ୍ୟ ଭିନ୍ନ ଭିନ୍ନ ମତ ମନ୍ତବ୍ୟ ଉପସ୍ଥାପନ ପୂର୍ବକ ଛାତ୍ରଛାତ୍ରୀ ସମେତ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଅନୁଷ୍ଠାନର ମଙ୍ଗଳ ଉଦ୍ଦେଶ୍ୟରେ ସହଯୋଗ କରୁଥିବା ସମାଜସେବୀ ଝସକେତନ ମେହେରଙ୍କୁ ତାଙ୍କ ମହତ୍ କାର୍ଯ୍ୟ ପାଇଁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପର୍ବ ଓଡିଆ ଅଧ୍ୟାପିକା ସୁଷମା ଖମାରୀଙ୍କ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିବା ବେଳେ ଅଧ୍ୟାପକ ଅଭିଷେକ ରୋହିଦାସ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ବାରା ନୃତ୍ୟ, ଗୀତ ଓ ଅଭିନୟରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରଷ୍କୃତ କରିଥିଲେ । ସୂର୍ଯ୍ୟୋଲୋକରେ ଦିନ ତମାମ ଚାଲିଥିବା ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ/ଅଧ୍ୟାପିକା, ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ କମିଟୀ ସଦସ୍ୟ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।





