Utkarsh 2024-25 : ପାଞ୍ଚ ଦିନିଆ ଉତ୍କର୍ଷ ଶିବିର ଉଦଘାଟିତ

ପଦ୍ମପୁର : ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ପରିସର ମଧ୍ଯରେ ଛାତ୍ରଛାତ୍ରୀଙ୍କ ଗଣିତ,ବିଜ୍ଞାନ,ଇଂରାଜୀ ଏବଂ ଓଡିଆ ବିଷୟ ର ଗୁଣାତ୍ମକ ଦକ୍ଷତାର ବିକାଶ ଉଦ୍ଦେଶ୍ୟରେ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଉକ୍ତ ବିଷୟଗତ ଜ୍ଞାନର ଅଭିବୃଦ୍ଧି ନିମିତ୍ତ ପାଞ୍ଚଦିନିଆ ଉତ୍କର୍ଷ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ୨୦୨୪-୨୫ ଶିବିର ଉଦଘାଟିତ ହୋଇଯାଇଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିଳାଷ ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥ୍‌ ଭାବେ ରାଜବୋଡ଼ାସମ୍ବର ଗୋଷ୍ଠୀ ଶିକ୍ଷା ଅଧୂକାରୀ, ସମ୍ମାନିତ ଅତିଥ୍‌ ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଏବଂ ସାଧନକର୍ମୀ ଭାବେ ଏମ୍.ପି ଜ୍ୟୋତିପ୍ରକାଶ ଏବଂ ଲଳିତ କୁମାର ବିଶ୍ବାଳ ଯୋଗଦାନ କରିଥିଲେ।ସର୍ବପ୍ରଥମେ ମୁଖ୍ୟ ଅତିଥିଙ୍କ ଦ୍ବାରା ଶ୍ରୀ ଗଣେଶ ଓ ମା ସରସ୍ବତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରାଯାଇଥିଲା । ସମସ୍ତ ଅତିଥ୍‌ ଏହି ତାଲିମ ଶିବିର ସମ୍ପର୍କରେ ନିଜ ନିଜ ଅଭିଭାଷଣ ରଖୁଥିଲେ । ଉକ୍ତ ତାଲିମ ଶିବିରରେ ବିଜେପୁର,ଗାଇସିଲେଟ,ଝାରବନ୍ଧ , ପାଇକମାଳ ଏବଂ ରାଜବୋଡ଼ାସମ୍ବର ବ୍ଲକର ୬୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେବା ପାଇଁ ଯୋଗଦାନ କରିଥିଲେ ।ଏହି ତାଲିମ ଶିବିର ଆସନା ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରଭାସିନୀ ସା ଅତିų ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଶିକ୍ଷୟିତ୍ରୀ ପ୍ରିତୀରଶ୍ମି ସେଠ୍ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଚତୁର୍ଥଶ୍ରେଣୀ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top