ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ ପାଳିତ

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ ପାଳିତ

ସମ୍ବଲପୁର : ସମ୍ବଲପୁର ସ୍ଥାନୀୟ ମୁଦିପଡ଼ା ସ୍ଥିତ ଡ଼ଃ ରାଧାନାଥ ରଥ କମ୍ୟୁନିଟି ସେଣ୍ଟର ଠାରେ ଲୋକ ସେବକ ମଣ୍ଡଳ, ସମ୍ବଲପୁର ଜୋନ୍ ଶାଖା ପକ୍ଷରୁ ଆଜି ତା.୦୯.୧୦.୨୦୨୫ ଗୁରୁବାର ପୂର୍ବାହ୍ନରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ନିସ୍ୱାର୍ଥପର ସମାଜ ସେବକ, ସମାଜ ସଂସ୍କାରକ, ସାରସ୍ୱତ ସାଧକ ତଥା “ସମାଜ” ଖବର କାଗଜର ପ୍ରାଣ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ତାଙ୍କ ଅକ୍ଷୟ କୀର୍ତ୍ତି ଓ କୃତିକୁ ସ୍ମରଣ କରାଯାଇ ତାଙ୍କର ଅମ୍ଲାନ ସ୍ମୃତି ପ୍ରତି ଭକ୍ତିପୂତ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା । ପ୍ରଥମେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଞ୍ଜାବ କେଶରୀ ଲାଲା ଲଜପତ ରାୟ ଓ ପଦ୍ମଭୂଷଣ ଡ଼ଃ ରାଧାନାଥ ରଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ, ଧୂପଦୀପ ଦ୍ୱାରା ପୂଜାର୍ଚ୍ଚନା ପୂର୍ବକ ବରପୁତ୍ରଙ୍କୁ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଲୋକ ସେବକ ମଣ୍ଡଳ ସ୍ଥାନୀୟ ଉପଦେଷ୍ଟା କମିଟିର ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଶାସକ ଶ୍ରୀଯୁକ୍ତ ରଘୁନାଥ ମିଶ୍ରଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ସମାରୋହରେ ଡାକ୍ତର ରମା ବଲ୍ଲଭ ମିଶ୍ର, ଡାକ୍ତର ଦୁର୍ଗା ଶଙ୍କର ଶତପଥି, ‘ସମାଜ’ ସମ୍ବଲପୁର ଶାଖାର ପରିଚାଳକ ସଦାଶିବ ମହାପାତ୍ର, ବରିଷ୍ଠ ସଭ୍ୟ ଶ୍ରୀଯୁକ୍ତ ଭବାନୀ ଶଙ୍କର ଦୀକ୍ଷିତ, ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର, ରାଧାନାଥ ରଥ ଗୋଷ୍ଠୀ କେନ୍ଦ୍ରର ପରିଚାଳକ ଶ୍ରୀଯୁକ୍ତ ଲୋକନାଥ ରାଉତ, ଶ୍ରୀଯୁକ୍ତ ବିପିନ ବିହାରୀ ପଣ୍ଡା, ଶ୍ରୀମତୀ ଲକ୍ଷ୍ମୀପ୍ରିୟା ମହାରଣା, ଶ୍ରୀଯୁକ୍ତ ଲିଙ୍ଗରାଜ ସାହୁ, ଶ୍ରୀମତୀ ମୀରାବାଈ ପାତ୍ର, ଗଗନ ଦାସ, ଛୋଟୁ ନାଗ, ଦିଲ୍ଲୀପ ପ୍ରଧାନ, ଶ୍ରୀଯୁକ୍ତ ଅମରନାଥ ମହାପାତ୍ର ଓ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ବନ୍ଦେ ମାତରମ୍, ଭାରତମାତା ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟଧ୍ୱନୀରେ ସଭା ସ୍ଥଳଟି ମୁଖରିତ ହୋଇ ଉଠିଥିଲା ।

Leave a Comment

Your email address will not be published. Required fields are marked *

Scroll to Top