ଉତାଲଗଡ଼ ଉଚ୍ଛବ ପାଇଁ ପ୍ରସ୍ତୁତି ଚୂଡାନ୍ତ

୭ ଫେବୃୟାରୀରୁ ୧୬ତମ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଳକ ତାଳପଦର ସ୍ଥିତ ଖଗେଶ୍ବର ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ସମ୍ବଲପୁରୀ କୋଶଲି ଭାଷାର ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ “ଉତାଲଗଡ ଉଚ୍ଛବ” ପାଇଁ ଆଜି ୨୯ ଫେବୃୟାରୀ ଗୁରୁବାର ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ହୃଦମଣି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଯୋଜକ ସୁଶାନ୍ତ ମିଶ୍ର ମହୋତ୍ସବର ସବିଶେଷ ରୂପରେଖ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ଫେବୃୟାରୀ ୭ ଓ ୮ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ମହୋତ୍ସବରେ ସର୍ବମୋଟ ୬ ଗୋଟି ସମ୍ବଲପୁରୀ ଭାଷାର ନାଟକ, ଲୋକଗୀତ, ଲୋକନୃତ୍ୟ ପ୍ରଦର୍ଶିତ ହେବ । ପ୍ରଥମ ଦିବସରେ ଅଦୃଶ୍ୟ ନାଟ୍ୟ ଆଶ୍ରମ ସମ୍ବଲପୁରର ନାଟକ ‘ଫେର ସେ ଶ୍ରବଣ’, ଦହିତା ମହାବିଦ୍ୟାଳୟର ‘ନୂଆଁଖାଇର ଭାବ’, ଡ୍ରାମା ଚେତନା ସୋହେଲାର ‘ବୁକା’ ଏବଂ ଦ୍ବିତୀୟ ଦିବସରେ ଲୁ ପଦ୍ମପୁରର ‘ବଲିଦାନ’, ବିଣାପାଣି ନାଟ୍ୟ ସଂସଦ ବଡକର୍ଲେ ସୋନପୁରର ‘ଗୁଟେ ରାତିର କଥା’ ସମ୍ବଲପୁର ବିଶ୍ବବିଦ୍ୟାଳୟର ପାରଫର୍ମିଙ୍ଗ ଆର୍ଟର ‘ଶକୁନ୍ତଳା’ ନାଟକ ପ୍ରଦର୍ଶିତ ହେବ । ସମ୍ମାନ, ସମ୍ବର୍ଦ୍ଧନା, ଆଲୋଚନା ଚକ୍ର, ବହି ପସରା, ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ ଆଦିର ସମନ୍ମୟରେ ଏହି ମହୋତ୍ସବ ଅନୁଷ୍ଠିତ ହେବ । ସର୍ବଶ୍ରୀ ସୋମନାଥ ପଧାନ, ପପଟଲାଲ ଭୋଇ, ନବୀନ ପଧାନ, ସର୍ଜନ ପଧାନ, ଗଜାନନ ସାହୁ, କ୍ଷିତିପତି ରଣା, ବାସୁଦେବ ପଧାନ, ଭସ୍କର ସାହୁ, ବିବେକାନନ୍ଦ ପଧାନ, ସୁଦର୍ଶନ ବନଛୋର, ଚୈତନ୍ୟ ବିଶ୍ବାଳ, ନେତ୍ରାନନ୍ଦ ସାହୁ, ସୁଶାନ୍ତ ସାହୁ, ଗଣନାଥ ପଧାନ, ରମେଶ ଚନ୍ଦ୍ର ଭୋଇ, ଦେବାଶିଷ ପଧାନ, ସତ୍ୟପ୍ରକାଶ ପଧାନ, ଗଣନାଥ ପ୍ରଧାନ, ଦୀପକ ସାହୁ, ମୁକେଶ ସାହୁ, ଆଲୋକ ସାହୁ, ମିକୁ ସାହୁଙ୍କ ସମେତ ବହୁ ସଂଖ୍ୟାରେ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସଂସଦର ସଂପାଦକ ସୁଶାନ୍ତ ରଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top