ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହଯୋଗ କଲେ କୁଲି ମେହେର ଜାତି ସମାଜ

ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହଯୋଗ କଲେ କୁଲି ମେହେର ଜାତି ସମାଜ

ବରଗଡ : ବରଗଡ ଜିଲ୍ଳା ସୋହେଲା ବ୍ଲକ ଅନ୍ତର୍ଗତ ବାଟତେରମା ଗ୍ରାମର ଗାୟତ୍ରୀ ମେହେର, ପି- ବ୍ରଜରାଜ ମେହେରଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ନିଖିଳ ଉତ୍କଳ କୁଲି ମେହେର ସମାଜ, ବରଗଡ଼ ଜିଲ୍ଲା କମିଟୀ । ଜିଲ୍ଲା କମିଟୀଙ୍କ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଉଚ୍ଚ ଶିକ୍ଷା ପାଇଁ କୁଲି ମେହେର ସମାଜର ବୁଣାକାର ପରିବାରର ତଥା ଆର୍ଥିକ ଅନଗ୍ରସର ଶ୍ରେଣୀର ପରିବାରଙ୍କ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଅର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା କରାଯାଇଥିଲା । ତଦାନୁସାରେ ଗାୟତ୍ରୀ ମେହେର ଏହି ସୁବିଧା ପାଇବା ପାଇଁ କରିଥିବା ଆବେଦନକୁ ଗ୍ରହଣ କରି ନିଖିଳ ଉତ୍କଳ କୁଲି ମେହେର ସମାଜ ବରଗଡ଼ ଜିଲ୍ଲା କମିଟି ବାଟତେରମା କୁ ଯାଇ ଗାୟତ୍ରୀ ମେହେରଙ୍କ ଘେଁସ ଜୁନିଅର ମହାବିଦ୍ୟାଳୟ ଯୁକ୍ତ ଦୁଇରେ ନାମଲେଖା ପାଇଁ ଆବଶ୍ୟକୀୟ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ କୁଲି ମେହେର ସମାଜର ରାଜ୍ୟ ସଭାପତି ତିଲାରାମ ମେହେର, ଜିଲ୍ଲା ସଭାପତି ମଧୁସୂଦନ ମେହେର, ଉପ-ସଭାପତି ରୋହିତ ମେହେର, ଉପଦେଷ୍ଟା ରାମ ମେହେର , ବାଟତେରମା ଗ୍ରାମର ମୂଖ୍ୟ ସୌମିତ୍ରୀ ମେହେର, ପ୍ରମୁଖ ଉପସ୍ଥିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top