ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ସମ୍ମାନୀତ

ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ସମ୍ମାନୀତ

ଭେଡେନ/ବରଗଡ : ଆକସ୍ମିକ ଦୁର୍ଘଟଣାରୁ ଦୁରେଇ ରହିବା ପାଇଁ ସମସ୍ତେ ଟ୍ରାଫିକ୍ ନିୟମ ମାନି ଚଳିବା ଉଚିତ । ଏଥିପାଇଁ ଟ୍ରାଫିକ୍ ସଚେତନତା କାର୍ଯ୍ୟରେ ଲାଗିପଡିଛନ୍ତି ଟ୍ରାଫିକ୍ ସଚେତନତା ସଂଯୋଜକ ପଦ୍ମଲୋଚନ ଭୋସାଗର। ଟ୍ରାଫିକ ସଚେତନତା କାର୍ଯ୍ୟକଳାପରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ପୁରୀ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଠାରେ ଶ୍ରୀ ଭୋସାଗରଙ୍କୁ ମାନପ‌ତ୍ର ଦେଇ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରିଷ୍ଠ ଆଇପିଏସ ଅଫିସର ପିନାକୀ ମିଶ୍ର ସମ୍ମାନୀତ କରିଥିଲେ । ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଠାରେ ପୁରୀ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଟ୍ରାଫିକ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ କରି ଆସିଛନ୍ତି ଟ୍ରାଫିକ ସଚେତନତା ସଂଯୋଜକ ଶ୍ରୀ ଭୋସାଗରଙ୍କ ସମେତ ପଶ୍ଚିମ ଓଡ଼ିଶା ସ୍ବେଚ୍ଛାସେବୀ ବୃନ୍ଦ ।

ଟ୍ରାଫିକ ପୋଲିସ ଥାନା ତରଫରୁ ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମ ଲୋଚନ ଭୋସାଗରଙ୍କୁ ଚଳିତ ବର୍ଷ ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ସୁନାବେଶ ଦିନ ବଡ଼ଦାଣ୍ଡ ଠାରେ ମାନପ‌ତ୍ର ଦେଇ ପୁରୀ ଜିଲ୍ଲା ଟ୍ରାଫ୍ରିକ ଥାନାଧିକାରୀ ଜୟଦେବ ମହାନ୍ତି ସମ୍ମାନୀତ କରିଥିଲେ । ପଶ୍ଚିମ ଓଡ଼ିଶା ସମେତ ସମଗ୍ର ରାଜ୍ୟକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ୨୦୧୪ ମସିହାରୁ ଉଭୟ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରସାସନ ଓ ପରିବହନ ବିଭାଗର ମିଳିତ ସ‌ହଯୋଗରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଓ ସଡ଼କ ସୁରକ୍ଷାରେ, ପଶ୍ଚିମ ଓଡିଶା ଟ୍ରାଫିକ ସଚେତନତା ଅନୁଷ୍ଠାନ ରେଲିମାନ ଆୟୋଜନ କରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ଶ୍ରୀ ଭୋସାଗର କହିଛନ୍ତି । ଏହି ଅବସରରେ ସୁବ୍ରତ ପାଞ୍ଚବିହା, ଚନ୍ଦ୍ରକାନ୍ତି ହିଆଲ, କବିତା ମହାନନ୍ଦ, ରୀନା ଜଗତ, ନିକି ଜଗଦଲ୍ଲା, ଜୟଶ୍ରୀ ଜଗଦଲ୍ଲା, ବବଲି ବାଦି, ମୁନ୍ନା ମେହେର, ବିଜୁ ମେହେର, ରୀନା ପାଣ୍ଡେ, ପୁଷ୍ପା ସାହୁ, ଅନୁରୀ ଭୋଇ, ଇତି ତାଣ୍ଡି, ହିରୋ କୁମାର, ମଞ୍ଜୁ ପ୍ରଧାନ, ଅଲିଭା ବେହେରା, ଚନ୍ଦନଲାଗି ମେହେର, ଜଗନ୍ନାଥ ବାଗ, ବିକାଶ ଚନ୍ଦ୍ର ଭୋଇ, ଜୟନ୍ତୀ ହରିପାଲ, ମାଧବ କୁମାର ରାଉତ, ଯୋଷୋବନ୍ତ ମେହେର, ସୁରେନ୍ଦ୍ର ପୁଝାରୀ, ଲୋହିତ କୁମଲେଟ, ଗୁପ୍ତେଶ୍ବର ଅଦାବର ଆଦି ୩୦ ଜଣ ଟ୍ରାଫିକ ସ୍ବେଚ୍ଛାସେବୀଙ୍କୁ ସମ୍ମାନୀତ କରାଯାଇଥିବା ସେ କରିଛନ୍ତି । ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବୋର୍ଦା ଗ୍ରାମର ଭୂମିହୀନ ଦିନ ମଜୁରିଆ ସ୍ବର୍ଗତ ପିତାମାତା ଟିକେଶ୍ବର ଭୋସାଗର ଓ ଚିତ୍ରା ଭୋସାଗରଙ୍କ ସୁପୁତ୍ର ପଦ୍ମଲୋଚନ ଭୋସାଗର ୧୯୮୦ ମସିହା ମଇ ୫ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ସେ ସ୍ନାତକ ପଢିବା ପରେ ୨୦୦୮ ମସିହାରେ ଭୁବନେଶ୍ବର ଲକ୍ଷ୍ମୀସାଗର ଟ୍ରାଫିକ ଟ୍ରେନିଙ୍ଗ ସେଣ୍ଟରରେ ଟ୍ରାଫିକ ନିୟମ ଉପରେ ସ୍ବତନ୍ତ୍ର ତାଲିମ ନେଇ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସରକାରଙ୍କ ଠାରୁ ପୁରଷ୍କୃତ ହେବାର ସୌଭାଗ୍ୟ ଲାଭ କରିଥିଲେ । କରୋନା ମହାମାରୀ ସମୟରେ ଜନସାଧାରଣଙ୍କୁ ସଚେତନ କରିବାରେ ରାଜ୍ୟ ସରକାରଙ୍କ ଠାରୁ ପୁରଷ୍କୃତ ହୋଇଥିବା ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ଭୋସାଗର ଆଗକୁ ମଧ୍ୟ ଜନସାଧାରଣଙ୍କ ହିତରେ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଏପରି ଜାରି ରଖିବି ବୋଲି କହିଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top