

ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମ ଲୋଚନ ଭୋସାଗର ସମ୍ମାନୀତ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ଅଦ୍ୟ ତା.୩୧.୦୧.୨୦୨୬ ଶନିବାର ଦିନ ଜାତୀୟ ସଡ଼କ ସୁରକ୍ଷା ମାସର ଉଦ୍ଯାପିତ ଉତ୍ସବ ଅବସରରେ ଟ୍ରାଫିକ ସଚେତନତା ସଂଯୋଜକ ପଦ୍ମଲୋଚନ ଭୋସାଗରଙ୍କୁ ସୁବର୍ଣ୍ଣପୁର ପରିବହନ ବିଭାଗ ତରଫରୁ କିଛି ପୁରସ୍କାର ରାଶି ସହିତ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ମଞ୍ଚରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ନୃପରାଜ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞଳୀ ପ୍ରଧାନ, ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତାପ କୁମାର ରଣା ଓ ଜିଲ୍ଲା ଆରଟିଓ ଶ୍ରୀଯୁକ୍ତ ଅକ୍ଷୟ କୁମାର ଜେନା ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ ଯେ, ସଚେତନତା ସଂଯୋଜକ ପଦ୍ମଲୋଚନ ଭୋସାଗର ସୁବର୍ଣ୍ଣପୁର ଜିଲ୍ଲାକୁ ଦୁର୍ଘଟଣା ମୁକ୍ତ କରିବା ନିମିତ୍ତ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ ମହାବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ବିଭିନ୍ନ ଛକ ମାନଙ୍କରେ ଜିଲ୍ଲାର ଜିଲ୍ଲା ପ୍ରଶାସନ, ପୋଲିସ ପ୍ରସାସନ ଓ ପରିବହନ ବିଭାଗର ମିଲିତ ସହଯୋଗରେ ସଡ଼କ ସୁରକ୍ଷା ରେଲି, ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ, ପଥପ୍ରାନ୍ତ ନାଟକ ଓ ସଡ଼କ ସୁରକ୍ଷା ଶପଥ ପାଠ ମାନ ଆୟୋଜନ କରି ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକାଶ କରନ୍ତି ।





