

ଟି.ଗଣ୍ଡପାଲି ହାଇସ୍କୁଲରେ ବନମହୋତ୍ସବ ପାଳିତ
ବିଜେପୁର : ବରଗଡ ଜିଲ୍ଲାର ବିଜେପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟି.ଗଣ୍ଡପାଲିରେ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ବେହେରାଙ୍କ ତତ୍ବାବଧାନରେ ବନମହୋତ୍ସବ ପାଳିତ ହୋଇଯାଇଛି । ପରିବେଶ ସୁରକ୍ଷା ଓ ମାଆ ପାଇଁ ଗଛଟିଏ ଅଭିଯାନର ଏହି କାର୍ଯକ୍ରମରେ ପ୍ରଥମେ ଏକ ସଚେତନତା ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ପୂର୍ବକ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ସଚେତନ କରାଯାଇଥିଲା । ଏହା ପରେ ସହକାରୀ ଶିକ୍ଷକ ଶ୍ରୀ ବେହେରାଙ୍କ ଦ୍ବାରା ପ୍ରସ୍ତୁତ ପ୍ରାୟ ୭୦ ଗୋଟି ଚାରା ଓ ରେଞ୍ଜ ଅଧିକାରୀଙ୍କ ଠାରୁ ଅଣାଯାଇଥିବା ୪୬ ଗଟି ଚାରା ବିଦ୍ୟାଳୟର ପ୍ରଧନଶିକ୍ଷକ ଶ୍ରୀଯୁକ୍ତ ଭରତ ସାଙ୍କ ସହିତ ଅନ୍ୟାନ୍ୟ ଶିକ୍ଷକଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯକ୍ରମ ଜରିଆରେ ଘେସ ରେଞ୍ଜ ଅନ୍ତର୍ଗତ ବିଲେଇପାଲି ଚାରା ନର୍ସରୀରୁ ଅଣାଯାଇଥିବା ପଣସ। ପୁତ୍ରଞ୍ଜିବା, ଅଶୋକ, କୁଲିଆରି, ପିସ୍ତାବାଦାମ୍ ତଥା ବିଦ୍ୟାଳୟରେ ପ୍ରସ୍ତୁତ କିଛି ଚାରା ଛାତ୍ରଛତ୍ରୀ ଓ ଟି.ଗଣ୍ଡପାଲି ଗ୍ରାମର ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା । ଚାରା ବଣ୍ଟନ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଲୋକମାନଙ୍କୁ ବୃକ୍ଷ ରୋପଣ ପାଇଁ ସଚେତନ କରାଯାଇଥିଲା । ସ୍ବଚ୍ଛ ପରିବେଶ ସଚେତନତାକୁ ଆଖିରେ ରଖି ଗଣେଶପୂଜା ତୋରଣ ତଥା ସାଜସଜ୍ଜା ମଧ୍ୟ ମୃତ୍ତିକା ସରକ୍ଷଣ ନିମିତ୍ତ ପ୍ରାକୃତିକ ଉପାୟରେ କରାଯିବା ସହିତ ପଦଯାତ୍ରାରେ ଲୋକଙ୍କୁ ମୃତ୍ତିକା ସଂରକ୍ଷଣ ଉପରେ ସଚେତନ କରାଯାଇଥିଲା । ସମସ୍ତେ ସଦିଚ୍ଛାର ସହିତ ସଚେତନ ପୂର୍ବକ ପରିବେଶ ସୁରକ୍ଷା ନିମିତ୍ତ ଚାରା ରୋପଣ ଓ ତାର ରକ୍ଷଣାବେକ୍ଷଣ କରି ଏହା ଆମର ଏକ କର୍ତ୍ତବ୍ୟ ବୋଲି ନିଭାଇଲେ ପରିବେଶ ପାଇଁ ଏକ ମହତ୍ ପଦକ୍ଷେପ ହେବ ବୋଲି ଏହି ଅବସରରେ ସହକାରୀ ଶିକ୍ଷକ ଶ୍ରୀ ବେହେରା ପ୍ରକାଶ କରନ୍ତି ।





