ତାରିଣୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଦେବ ନିମନ୍ତ୍ରଣ

ତାରିଣୀ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଦେବ ନିମନ୍ତ୍ରଣ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଆନନ୍ଦନଗରର ନବନିର୍ମିତ ତାରିଣୀ ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଦେବ ନିମନ୍ତ୍ରଣ କର୍ମ ସମ୍ପନ୍ନ ହୋଇଯାଇଛି । ଆଗାମୀ ନବବର୍ଷ ୨୦୨୬ ଜାନୁୟାରୀ ୧୯ ରୁ ୨୩ ପର୍ଯ୍ୟନ୍ତ ମାଁ ତାରିଣୀ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ସହିତ ଶ୍ରୀ ହନୁମାନଙ୍କର ବିଗ୍ରହ ପ୍ରତିଷ୍ଠା ପାଇଁ ସ୍ଥିରୀକୃତ ହୋଇଥିବା ମନ୍ଦିର କମିଟୀ ତରଫରୁ ସୂଚନା ଦେଇଛନ୍ତି। ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ମୁଖ୍ୟ କର୍ତ୍ତା ଦମ୍ପତି ଶ୍ରୀଯୁକ୍ତ ହରେକୃଷ୍ଣ ସେନାପତି ଓ ଶ୍ରୀମତୀ ସୌଦାମିନୀ ସେନାପତି ଦ୍ବାରା ମାଆଙ୍କର ଅସ୍ଥାୟୀ ପୀଠରେ ପୂଜାର୍ଚ୍ଚନା ପରେ ଗ୍ରାମଦେବୀ ଗୁଡ଼ିମୁଡ଼ିଏନ୍, ଜଗନ୍ନାଥ ମନ୍ଦିର, ସମଲେଇ ମନ୍ଦିର, ଗାୟତ୍ରୀ ମନ୍ଦିର, ମହାଦେବ ଗୁଡି ଦାମୋଦର କଟା, ମହାଦେବ ଗୁଡି ଭୁଏପଡ଼ା, ବସଷ୍ଟାଣ୍ଡ ହନୁମାନ ମନ୍ଦିର ଓ ବନ୍ଧପଡ଼ା ହନୁମାନ ମନ୍ଦିର ଠାରେ ପୂଜା ଓ ନିମନ୍ତ୍ରଣ କରାଯାଇଥିଲା । ପଣ୍ଡିତ ମଣ୍ଟୁ ସାବତ ପୂଜା ପରିଚାଳନା କରିଥିବା ବେଳେ ଜଗଦୀଶ ମହାପାତ୍ର, ଯୁଧିଷ୍ଠିର ରଣା, ବ୍ରଜରାଜ ମାହାଣା, ଶେଷଦେବ ମିଶ୍ର, ରମେଶ ସାହୁ, ସୁଦାମ ଖରସେଲ, ମୋତିଲାଲ ବାଗ, ତ୍ରିଲୋଚନ ମେହେର, ନନ୍ଦି କିଶୋର ପୂଜାରୀ, ତୁଳସୀ ଭୋଇ, ଗିରିଧାରୀ ବରିହା, ହରିହର ମହାକୁଡ, ପ୍ରେମରାଜ ପଟେଲ, କୃଷ୍ଣ ସେଠ ଆଦି ମନ୍ଦିର ପରିଚାଳନା କମିଟୀର ସଦସ୍ୟଗଣ ସାମିଲ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top