ତାଳପଦରରେ ୧୧ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

୧୨ ମହିଳା ସମେତ ୪୫ ୟୁନିଟ୍ ସଂଗୃହିତ

ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଖଗେଶ୍ୱର ମଣ୍ଡପ ପରିସରରେ ଉତ୍ତାଳଗଡ଼ ନାଟ୍ୟ ସଂସଦ ଓ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ୧୧ତମ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏବଂ ରକ୍ତଦାନ ଶିବିର ମାଧ୍ୟମରେ ଗତ ଦଶ ବର୍ଷ ଧରି ସାମାଜିକ କ୍ଷେତ୍ରରେ ସକ୍ରିୟ ଭୂମିକା ନେଇ ଆସୁଥିବା ଉତ୍ତାଳଗଡ଼ ନାଟ୍ୟ ସାଂସଦ ଏହି ମାନବସେବାରେ ନିଜ ସମର୍ପଣକୁ ପୁନର୍ବାର ପ୍ରମାଣ କରିଛି । ଗ୍ରାମୀଣ ଅଞ୍ଚଳରେ ସଚେତନତା ବୃଦ୍ଧି, ଯୁବପିଢିକୁ ସମାଜସେବାରେ ପ୍ରେରିତ କରିବା ଓ ରକ୍ତ ସଙ୍କଟ ଦୂରୀକରଣ ପାଇଁ ସଂସ୍ଥାଟି ନିରନ୍ତର ପ୍ରୟାସରତ ।

ଶିବିରରେ ମୋଟ ୪୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ବେଳେ ସେଥିରୁ ୧୨ ଜଣ ମହିଳା ରକ୍ତଦାନ କରିଥିଲେ । ଗ୍ରାମର ପୁରୁଷ ମହିଳା ଯୁବକ ମାନେ ଉତ୍ସାହର ସହିତ ସମାଜସେବାରେ ସାମିଲ ଥିଲେ । ବରଗଡ଼ ରକ୍ତଭଣ୍ଡାରର କର୍ମଚାରୀମାନେ ଉପସ୍ଥିତ ହୋଇ ଡାକ୍ତରୀ ନିୟମାବଳୀ ଅନୁସାରେ ରକ୍ତଦାତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପୂର୍ବକ ରକ୍ତ ସଂଗ୍ରହ କରିଥିଲେ । ସୁସଂଗଠିତ ବ୍ୟବସ୍ଥାପନା ମଧ୍ୟରେ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଥିଲା । ଶେଷରେ ଆୟୋଜକ ପକ୍ଷରୁ ସମସ୍ତ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସେମାନଙ୍କ ସେବାଭାବକୁ ସମ୍ମାନ ଦିଆଯାଇଥିଲା । ଏଭଳି ସାମାଜିକ ପଦକ୍ଷେପ ଆଗାମୀ ଦିନରେ ଅଧିକ ଲୋକଙ୍କୁ ରକ୍ତଦାନ ପାଇଁ ପ୍ରେରିତ କରିବ ବୋଲି ଆଶା ପ୍ରକାଶ ପାଇଛି ।

Leave a Comment

Your email address will not be published. Required fields are marked *

Scroll to Top