ତାଲଖୋଲ ଡେମ (ଘେଁସ) ଠାରେ ବୈଠକ

ସୋହେଲା : ବରଗଡ ଜିଲ୍ଲା ସ୍ତରୀୟ ଗାଁସାଥୀ (ମେଟ୍) ସଂଘର ଏକ ବୈଠକ ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ ନିକଟସ୍ଥ ତାଲଖୋଲ ଡେମ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ବିପିନ ବିହାରୀ ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭାକର ସାହୁ, ପୂର୍ବତନ ସଭାପତି ତଥା ପରାମର୍ଶ ଦାତା ମୂରଳୀଧର ବଗର୍ତ୍ତୀ, ଉପ-ସଭାପତି ସୁରେନ୍ଦ୍ର ସାହୁ, ସମ୍ପାଦକ ପ୍ରଦୀପ ପଟେଲ, କୋଷାଧ୍ୟକ୍ଷ ଲକ୍ଷ୍ମଣ ଡନସନା, ସମସ୍ତ ବ୍ଲକର ସଭାପତି, ସମ୍ପାଦକ ସମେତ ବାରଗୋଟି ବ୍ଲକର ପ୍ରାୟଃ ଶହେ ଜଣ ଗାଁସାଥୀ (ମେଟ୍) ଉପସ୍ଥିତ ଥିଲେ । ସଭାରେ ରାଜ୍ୟ, ଜିଲ୍ଲା ତଥା ବ୍ଲକ ସ୍ତରର ବିଭିନ୍ନ ସମସ୍ୟା ଉପରେ ବିଶେଷ ଆଲୋଚନା କରାଯାଇଥିଲା । ରାଜ୍ୟରେ ଲକ୍ଷ୍ମୀଧର ବିଶ୍ବାଲ ଗାଁସାଥୀଙ୍କ ଡାଟାବେଶ୍ ସଂଗ୍ରହ ଆଳରେ ବେଆଇନ ଭାବେ ଜଣ ପିଛା ୬୦୦ ଚଙ୍କା ନେଊଥିବାର ସଭ୍ୟମାନେ ସଭାରେ ଉପସ୍ଥାପନା କରିଥିଲେ ଏବଂ ଲକ୍ଷ୍ମୀଧରକୁ ତାହା ନଦେଇ କେବଳ ଡାଟାବେଶ୍ କୁ ବ୍ଲକ ସଭାପତି, ସମ୍ପାଦକ ତଥା ଜିଲ୍ଲା ସଂଘ ଜରିଆରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦିଆଯିବ ବୋଲି ସଭାରେ ନିଷ୍ପତ୍ତି ହୋଇଥିଲା । ବରଗଡ ଜିଲ୍ଲା ଗାଁସାଥୀ (ମେଟ୍) ସଂଘ ଏକତା ବର୍ତ୍ତମାନ ଭଳି ଭବିଷ୍ୟତରେ ବି ଦୃଢ ରହିବ ବୋଲି ସଭାରେ ମତପ୍ରକାଶ ପାଇଥିଲା । ଶେଷରେ ଆଲୋକ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

sohela padampur bargarh

Leave a Comment

Your email address will not be published. Required fields are marked *

Scroll to Top