ତହସିଲଦାର କର୍ଣ୍ଣ ସୁନାଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା

ତହସିଲଦାର କର୍ଣ୍ଣ ସୁନାଙ୍କ ଉଦ୍ଦେଶ୍ୟରେ ବିଦାୟ ସମ୍ବର୍ଦ୍ଧନା ସଭା

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ତହସିଲ କାର୍ଯ୍ୟାଳୟ ଠାରେ ଅତିରିକ୍ତ ତହସିଲଦାର ଜ୍ୟୋତି ପ୍ରକାଶ ଭୋଇଙ୍କ ଅଧ୍ୟକ୍ଷତାରେ ତହସିଲଦାର ଶ୍ରୀ କର୍ଣ୍ଣ ସୁନାଙ୍କ ଉଦ୍ଦେଶ୍ୟରେ ଶନିବାର ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ଭାବେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡା.ସୁଶାନ୍ତ ମେହେର, ପୁଲିସ ଏସ୍.ଆଇ ଜଗା ବରିହା, ଏ.ବି.ଇ.ଓ ସୁଶାନ୍ତ କୁମାର ପାଣ୍ଡେ, ରେଡିଏନ୍ସ୍ ର ଚେୟାରମେନ ଅଜିତ କୁମାର ମେହେର ଉପସ୍ଥିତ ଥିବା ବେଳେ ପୁଷ୍ପଗୁଚ୍ଛ ଓ ଉପାୟନ, ଉପହାର ଦେଇ ତହସିଲଦାର ଶ୍ରୀ ସୁନାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

ତହସିଲଦାର ଶ୍ରୀ ସୁନା ଜଣେ ଦକ୍ଷ ପ୍ରଶାସକ ଓ ନିଜ ସହଯୋଗୀଙ୍କୁ ନେଇ ରାଜସ୍ବ କାର୍ଯ୍ୟ ପରିଚାଲନାରେ ବେଶ ପାରଙ୍ଗମ ଥିଲେ । ପୁଣି ତାଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ କମ ସମୟ ମଧ୍ୟରେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଥିଲେ ବୋଲି ସଭାରେ ଅତିଥିଗଣ ମତବ୍ୟକ୍ତ କରିଥିଲେ । ସୁପରଭାଇଜର ରବି ଚନ୍ଦ୍ର ବୁଡେକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଓକିଲ ସଂଘ ସଭାପତି ପୁର୍ଣ୍ଣଚନ୍ଦ୍ର ପାଇକ, ଉପ-ସଭାପତି ଅରବିନ୍ଦ ପଧାନ, ସହ-ସମ୍ପାଦକ ସମୀର କୁମାର ସାହୁଙ୍କ ସମେତ ସଦସ୍ୟଗଣ, ବୁଦ୍ଧିଜୀବୀ, କର୍ମଚାରୀଗଣ ତହସିଲଦାର ଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପ୍ରତ୍ୟୁତ୍ତରରେ ତହସିଲଦାର ଶ୍ରୀ ସୁନା ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହ ବିଜେପୁର ମୋ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି ତହସିଲଦାର ଶ୍ରୀ ସୁନା ପ୍ରତ୍ୟୁତ୍ତର ରଖିଥିଲେ । କହିଥିଲେ । ସୂଚନା ଥାଉ କି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଶ୍ରୀ ସୁନାଙ୍କୁ ବଦଳି ହୋଇଥିବା ବେଳେ ଶନିବାର ତାଙ୍କୁ ରିଲିଫ୍ ମିଳିଥିଲା । ବାସ୍ତବିକ ଶ୍ରୀ ସୁନାଙ୍କ ଭଳି ବ୍ୟକ୍ତିତ୍ବ ଅଞ୍ଚଳକୁ କେବେ ଆସିବେ ବୋଲି ଲୋକେ କୁହାକୁହି ହେଉଥିବାର ଶୁଣିବାକୁ ମିଳେ ।

Leave a Comment

Your email address will not be published. Required fields are marked *

Scroll to Top