ଟି ଗଣ୍ଡପାଲି ଉ:ପ୍ରା ବିଦ୍ୟାଳୟରେେ ଗଣିତ ବଜାର ଓ ଖାଦ୍ୟ ମେଳା ଅନୁଷ୍ଠିତ

Oplus_131072
Oplus_131072

ଟି ଗଣ୍ଡପାଲି ଉ:ପ୍ରା ବିଦ୍ୟାଳୟରେେ ଗଣିତ ବଜାର ଓ ଖାଦ୍ୟ ମେଳା ଅନୁଷ୍ଠିତ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଟି.ଗଣ୍ଡପାଲି ସରକାରୀ ଉ:ପ୍ରା: ବିଦ୍ୟାଳୟ ପରିସରରେ ଗଣିତ ବଜାର ଓ ଖାଦ୍ୟ ମେଳା ଅନୁଷ୍ଠିତ ହେବା ସହିତ ବିଦ୍ୟାଳୟର ପ୍ରାଚୀର ପତ୍ରିକା “ପଲ୍ଲବୀ” ର ଶୁଭ ଉଦଘାଟନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶିଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ନାରାୟଣ ଭୁଏ, ସମ୍ମାନୀତ ଅତିଥି ଭାବେ ଏ.ବି.ଇ.ଓ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପଧାନ, ଏସ୍.ଏମ୍.ସି ଚେୟାରପର୍ସନ୍ ରୋହିତ କୁମାର ସାହୁ, ସି.ଆର୍.ସି.ସି ପ୍ରଭାତ ରଞ୍ଜନ ସାହୁ ଯୋଗଦେଇ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ତଥା ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସହକାରୀ ଶିକ୍ଷକ ଶୁଶିଲ କୁମାର ସୁନାଙ୍କ ସଂଯୋଜନାରେ ଆୟୋଜିତ ସଭାରେ ବୃତ୍ତି ପରିକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ଶୃତି ସାହୁ ଏବଂ ତୁଷାର ସାହୁଙ୍କୁ ମଞ୍ଚରେ ଅତିଥିଗଣ ପୁଷ୍ପମାଲ୍ୟ ଦେଇ ସମର୍ଦ୍ଧିତ କରିଥିଲେ । ଏହି ଖାଦ୍ୟ ମେଳାରେ ୬୦ ଗୋଟି ପ୍ରକଳ୍ପ ତଥା ୬୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଯଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ଗଣିତ ବିଷୟରେ ଟଙ୍କା ପଇସା ହିସାବ, ଓଜନ ମାପ, ଲାଭ-କ୍ଷତି, ସହିତ ଖାଦ୍ୟ ପ୍ରକ୍ରିୟା କରଣ ତଥା ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ଓ ସ୍ୱାବଳମ୍ବୀ ମନୋଭାବର ବିକାଶରେ ସହାୟକ ହେବ ବୋଲି ସଭାରେ ମତପ୍ରକାଶ ପାଇଥିଲା । ଏହାପରେ ଛାତ୍ରଛାତ୍ରୀ ମାନେ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ବିଦ୍ୟାଳୟରୁ ଏକ ରେଲି ବାହାରି ଗ୍ରାମର ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚି ଗାଁ ସଫେଇ ସହ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରିଥିଲେ । ଦୁର୍ଗା ମଣ୍ଡପ ସମ୍ମୁଖରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଞ୍ଚସ୍ଥ ସମ୍ବଲପୁରୀ ପଥପ୍ରାନ୍ତ ନାଟକ “ସଫାରହେମା ନିଶା ନାଇଁ ନଉଁ” ପ୍ରଶଂସନୀୟ ତଥା ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା । ସହକାରୀ ଶିକ୍ଷକ ଶୁଶିଲ କୁମାର ସୁନାଙ୍କ ଲିଖିତ ତଥା ନିର୍ଦ୍ଦେଶିତ ଉକ୍ତ ନାଟକରେ ଲିପି, ମୀନାକ୍ଷୀ, ବବିତା, ବିନୟ, ଭୂବନ, ଝସକେତନ, ହେମରାଜ ପ୍ରମୁଖ ଛାତ୍ରଛାତ୍ରୀ ଅଭିନୟ କରିଥିଲେ । ଶେଷରେ ସ୍କୁଲର ଶିକ୍ଷକ ଉମେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପରିଚାଳନାରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ନିରୁପମା ବାରିକ, କୁଳମଣି ସାହୁ, ସୁରେଶ ସାହୁ, ମନୋଜ ସାହୁ, ରାଜେଶ ସେଠ, ବିବେକାନନ୍ଦ କ୍ଲବର ସଦସ୍ୟ ଓ ବିଦ୍ୟାଳୟ ପରିଚାଳନା କମିଟି ସହଯୋଗ କରିଥିଲେ ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top