ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ସାଇକେଲ ବଣ୍ଟନ

ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ସାଇକେଲ ବଣ୍ଟନ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସଭା ସ୍ଥଳରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଉତ୍ସବର ପାଳନକୁ ଏଲଇଡି ପରଦା ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ଆୟୋଜିତ ସଭାରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ, ଅଧ୍ୟକ୍ଷା ସୀତା ବାରିକ, ଅଜୟ କୁମାର ପାତ୍ର ମଞ୍ଚାସୀନ ଥିଲେ । ସମ୍ମିଳିତ ଅତିଥିମାନେ ପୌରପାଳିକାର ମୁଖ୍ୟ କର୍ତ୍ତବ୍ୟ ସହରବାସୀଙ୍କ ସେବା କରି ସହରକୁ ସୁନ୍ଦର ଭାବେ ଗଠନ କରିବା ହେଉଛି ପୌରପାଳିକାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅତିଥିଗଣ ମତ ବ୍ୟକ୍ତ କରିଥିଲେ । ବିଧାୟକ ଶ୍ରୀଯୁକ୍ତ ଗଡ଼ତିୟା ଗଠନମୂଳକ କାର୍ଯ୍ୟରେ ସଫଳ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ସେହିପରି ସମ୍ମାନୀତ ଅତିଥିମାନଙ୍କ ହାତରେ ସାଇକେଲ ବଣ୍ଟନ କରାଯାଇଥିଲା । ଏହି ଅବସରରେ ୨୩ ଜଣ ହିତାଧିକାରୀଙ୍କୁ ଘରର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡ଼ତିଆ, ଯୋଗୀନ୍ଦ୍ର ପଧାନ, ଭୀମ ମାଝୀ, ଶରତ ବିଶି, ବାହାଦୁର ମେହେର, ନୀଳମଣି ମେହେର, ଗଣେଶ ଗଡ଼ତିଆ, ନିରୋଜ ଗଡ଼ତିଆ, ରମେଶ ରଣା, ସମାରି ମେହେର ସହ ସମସ୍ତ କାଉନସିଲର ଓ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top