

ରେଡିଏନ୍ସ୍ ଇନ୍ଷ୍ଟିଚ୍ୟୁଟ୍ ର ଦଶମ ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ ୟୁଫୋରିଆ ୨୦୨୫
ବିଜେପୁର/ବରଗଡ : ବିଜେପୁର ତଥା ବରଗଡ ଜିଲ୍ଲାର ଏକ ସୁନାମ ଧନ୍ୟ ଶିକ୍ଷାନୁଷ୍ଠାନ ରେଡ଼ିଏନ୍ସ୍ ଇନଷ୍ଟିଚ୍ୟୁଟର ପ୍ରତିଷ୍ଠା ଦିବସ ଓ ବାର୍ଷିକୋତ୍ସବ “ୟୁଫୋରିଆ-୨୦୨୫” ଦୁଇ ଦିନ ବ୍ୟାପି ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ତଥା ଚେୟାରମେନ ଶ୍ରୀଯୁକ୍ତ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର ସ୍ବାଗତ ଅଭିଭାଷଣ ପରେ ଅନୁଷ୍ଠାନର ସୃଷ୍ଟି ଠାରୁ ଏପର୍ଯ୍ୟନ୍ତ ସମସ୍ତ କୃତିତ୍ୱ ଉପସ୍ଥାପନ କରିବା ସହିତ ଭାବବିହ୍ବଳିତ ସ୍ବରରେ ସ୍ୱର୍ଗତ ଠାକୁର ଚରଣ ମେହେର ଦେଇଥିବା ଗୁରୁମନ୍ତ୍ରକୁ ସ୍ମରଣ କରିଥିଲେ । ଚେୟାରମେନ ଶ୍ରୀ ମେହେର ନିଜ ସମସ୍ତ କର୍ମକର୍ତ୍ତା ଉଚିତ୍ କର୍ମ, ନିଷ୍ଠା ଓ ଏକତାର ଧାରାରେ ସମସ୍ତ କାର୍ଯ୍ୟ ସମ୍ପାଦନା କରୁଥିବାରୁ ସଫଳତା ହାସଲ ହେଉଛି ବୋଲି ମତବ୍ୟକ୍ତ କରିଥିଲେ ।


ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିୟା ଉପସ୍ଥିତ ରହି ଛାତ୍ର ଜୀବନରେ ସଂଘର୍ଷ ଦ୍ବାରା ହିଁ ଲକ୍ଷ୍ୟସ୍ଥଳକୁ ପହଞ୍ଚାଇ ପାରିବ ଓ ଅନୁଷ୍ଠାନର ସ୍ୱତନ୍ତ୍ରତା ହେତୁ ଅନୁଷ୍ଠାନ ଆଗକୁ ଆହୁରି ଲୋକାଭିମୁଖୀ ହେବ ବୋଲି ମତବ୍ୟକ୍ତ କରିବା ସହିତ ସ୍ବର୍ଗତ ଠାକୁର ଚରଣ ମେହେର ଏହି ଅନୁଷ୍ଠାନ ବ୍ୟତୀତ ବିଜେପୁର ମହାବିଦ୍ୟାଳୟର ମାର୍ଗଦର୍ଶକ ତଥା କର୍ଣ୍ଣଧାର ଥିଲେ ବୋଲି ସମସ୍ତଙ୍କୁ ଜଣାଇଥିଲେ । ସମ୍ମାନୀତ ଅତିଥି ବରଗଡ ରୋଟାରୀ କ୍ଲବର ସଭାପତି ଶ୍ରୀଯୁକ୍ତ ପ୍ରମୋଦ ଅଗ୍ରଓ୍ବାଲ ରେଡିଏନ୍ସ୍ ର ପ୍ରକୃତି ଏବଂ ଛାତ୍ର ଜୀବନର ଲକ୍ଷ୍ୟ ସାଧନ ଉପରେ ବକ୍ତବ୍ୟ ରଖିଥିଲେ । ବିଜେପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ ବେବନ୍ତ କୁମାର ମେହେର ମୁଖ୍ୟବକ୍ତା ଭାବେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ଶୃଙ୍ଖଳାକୁ ପ୍ରଶଂସା କରି ଜଣେ ସୁଯୋଗ୍ୟ ସନ୍ତାନ ଭାବେ ବାପାଙ୍କ ସୁନେଳୀ ସ୍ବପ୍ନକୁ ସାକାର କରିବା ଲକ୍ଷ୍ୟରେ ତାଙ୍କ ସମସ୍ତ କାର୍ଯ୍ୟକୁ କିପରି କାନ୍ଧେଇ ନେଇଛନ୍ତି ସେ ଉପରେ ଆଲୋଚନା କରି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କର ପୂର୍ବ ପରୀକ୍ଷା ଫଳାଫଳ ଉପରେ ବକ୍ତବ୍ୟ ରଖିଥିଲେ । ଏହା ସହିତ ଅଧ୍ୟକ୍ଷ ଓ ଚେୟାରମେନଙ୍କ ନେତୃତ୍ବକୁ ପ୍ରଶଂସା କରିଥିଲେ । ଏକାଡେମୀକ୍ ଡାଇରେକ୍ଟର ଗୋବିନ୍ଦ ମେହେର ସଫଳତାର ମୂଳମନ୍ତ୍ର ଓ ରଣନୀତି ଉପରେ ବ୍ୟାଖ୍ୟା କରିଥିଲେ । ଏଡମିନିଟେଷ୍ଟିବ ଡାଇରେକ୍ଟର ନେତ୍ରାମଣୀ ମେହେର, ପରିଚାଳନା କମିଟର ସମସ୍ତ ସଦସ୍ୟ, ଅଧ୍ୟାପକ ଆଲୋକ ପୋଢ଼, ଲୟକାନ୍ତ କୁମ୍ଭାର, ଅଧ୍ୟାପିକା ରୀତା ପଧାନ, ନୀଲମ ସାହୁ, ହେଲିସା ବେହେରା, ଜ୍ୟୋତି ପଧାନ, ଦୀପାଞ୍ଜଳୀ ମେହେର, ଶିକ୍ଷକ ଜୟନ୍ତ ସାହୁ, ଧର୍ମରାଜ ସାହା, ଲାଲବାବୁ ବରିହା, ମୃଣାଳ ମେହେର, ଶିକ୍ଷୟତ୍ରୀ ମମତା ମେହେର, ଉମା ଗଡତିଆ, ଭାରତୀ ଗଡତିଆ, ସ୍ବାଗତିକା ପଣ୍ଡା, ମମତା ବାରିକ, କରୁଣା ପଣ୍ଡା, ବର୍ଷା ଆଗମନି ସାହୁ, ମିନତି, ସନ୍ତୋଷ ବାରିକ, ରୋହିତ ଭୋଇ, ବରୁଣ ମେହେର, ଉପେନ୍ଦ୍ର ବେହେରା ଓ କିଶୋର ମାହାଣାଙ୍କ ସମେତ ସମସ୍ତ କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ମଣ୍ଡଳୀ , ସାମ୍ବାଦିକ ବନ୍ଧୁ ଓ ବିଜେପୁର ଅଞ୍ଚଳର ଅନେକ ବୁଦ୍ଧିଜୀବୀ ସଭାରେ ଉପସ୍ଥିତ ଥିଲେ । ସ୍କୁଲର ଅଧ୍ୟକ୍ଷା ଶ୍ରୀମତୀ ମୋହିନୀ ମେହେର ବାର୍ଷିକ ବିବରଣୀ ପଠନ କରିଥିବା ବେଳେ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ବାରିକ ମଞ୍ଚ ପରିଚାଳନା କରିଥିଲେ । ଉଚ୍ଚ ମାଧ୍ୟମିକ ବାର୍ଷିକ ପରୀକ୍ଷା-୨୦୨୪ ରେ ରେଡ଼ିଏନ୍ସ୍ ର ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ପିଙ୍କି ଗଡ଼ତିଆଙ୍କୁ ସ୍ୱର୍ଗତ ଠାକୁର ଚରଣ ମେହେର ସ୍ମୃତି ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସେହିପରି ରେଡିଏନ୍ସ୍ ପରିଚାଳନା କମିଟୀ ଦ୍ବାରା ଶ୍ରେଷ୍ଠ କର୍ତ୍ତବ୍ୟନିଷ୍ଠ ଭାବେ ଅନୁଷ୍ଠାନ ତରଫରୁ ଆଶିଷ କୁମ୍ଭାର ଓ ଖେଳ ଶିକ୍ଷକ ସୁବ୍ରତ ବାରିକଙ୍କୁ ରେଡ଼ିଏନ୍ସ ପ୍ରଜ୍ଞା ସମ୍ମାନରେ ସମ୍ମାନୀତ କରଯାଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯାହା ସମାଜକୁ ଏକ ନୂତନ ବାର୍ତ୍ତା ଦେଉଥିଲା । ଶେଷରେ ଓଡ଼ିଆ ଅଧ୍ୟାପକ ପ୍ରଫୁଲ୍ଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ନେତ୍ରାମଣୀ ମେହେର, ମମତା ମେହେର, ନୀଲମ ସାହୁ, ରୀତା ପଧାନ ଏବଂ ଶିବ ଶଙ୍କର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ବାରା ମନୋର ସାଂସ୍କୃତିକ କାର୍ଯ୍ୟକ୍ରମ ସମାଜକୁ ଏକ ନୂତନ ବାର୍ତ୍ତା ପ୍ରେରିତ ହୋଇଥିଲା । ଉପାଧ୍ୟକ୍ଷ ଶ୍ରୀ ବାରିକ ବାର୍ଷିକ ଉତ୍ସବର ଦ୍ବିତୀୟ ଦିବସରେ ଆହୁରି ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହେବ ବୋଲି ସୂଚନା ଦେଇଥିଲେ ।


ସେହିପରି ଉତ୍ସବର ଦ୍ବିତୀୟ ଦିବସ ତଥା ଶେଷ ସନ୍ଧ୍ୟାରେ ପରିଚାଳନା କମିଟୀ ସଭାପତି ଶ୍ରୀମତୀ କସ୍ତୁରୀ ମେହେରଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇଥିଲା ର୍। ଚେୟାରମେନ ଅଜିତ କୁମାର ମେହେର ନିଜ ମନ୍ତବ୍ୟରେ ପାଠ୍ୟକ୍ରମ ସହିତ ସହ-ପାଠ୍ୟକ୍ରମକୁ ଗୁରୁତ୍ୱ ଦେବାପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଶଂସା କରିଥିଲେ । ଅଧ୍ୟକ୍ଷ ପ୍ରଫେସର୍ ଘନଶ୍ୟାମ ମେହେର ଅନୁଷ୍ଠାନର ପରିଚାଳକଙ୍କ ଭାତୃତ୍ବ ଓ ସେବା ମନୋବୃତିକୁ ନେଇ ଦରଦିବନ୍ଧୁ ବୋଲି ବ୍ୟାଖ୍ୟା କରି ମୁଖ୍ୟ ଅତିଥି ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ପ୍ରଦୀପ କୁମାର ମିଶ୍ରଙ୍କୁ ଆଲିଙ୍ଗନ କରି ଭାବବିହ୍ୱଳ ହୋଇ ପଡ଼ିଥିଲେ ଯାହା ଆନ୍ତରିକତାର ଭାତୃଭାବକୁ ସୂଚାଉଥିଲା । ମୁଖ୍ୟ ଅତିଥି ପ୍ରଫେସର ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କ ଶୃଙ୍ଖଳିତ ସୃଜନଶୀଳତା ଓ ଗୁରୁ ଶିଷ୍ୟଙ୍କ ମଧୁରତା ସଂପର୍କ ଉପରେ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଦହିତା କଲେଜର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସୁଶାନ୍ତ ମିଶ୍ର ପ୍ରତ୍ୟେକଙ୍କ ଜୀବନରେ ପିତାଙ୍କ ଗୁରୁତ୍ବକୁ ଉପସ୍ଥାପନ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ବିଜେପୁର ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀଯୁକ୍ତ ନବ କିଶୋର ସାହୁ ଏହି ଅନୁଷ୍ଠାନର ଭବିଷ୍ୟତ ଆହୁରି ଆଲୋକିତ ବୋଲି ମତ ପ୍ରକାଶ କରିଥିଲେ । ସ୍କୁଲର ଅଧ୍ୟକ୍ଷା ମୋହିନୀ ମେହେର, ଏକାଡେମୀ ଡାଇରେକ୍ଟର ଗୋବିନ୍ଦ ମେହେର, ଏଡମିନିଟେଷ୍ଟିବ ଡାଇରେକ୍ଟର ନେତ୍ରମଣି ମେହେର, ପରିଚାଳନା କମିଟିର ସଦସ୍ୟ ଶ୍ରୀଯୁକ୍ତ ଦେବବ୍ରତ ମେହେର, ଉପଦେଷ୍ଟା ଶ୍ରୀମତୀ ରାଜେଶ୍ରୀ ମେହେର, ବଶିଷ୍ଠ ନାଗରିକ ସଂଘ ସଦସ୍ୟ ପଦ୍ମଲୋଚନ କର, ପ୍ରଦୀପ ଗୁରୁ, ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରୀଛାତ୍ରୀ, ସାମ୍ବାଦିକ ବନ୍ଧୁ ଉପସ୍ଥିତ ଥିଲେ । ଉପାଧ୍ୟକ୍ଷ ସଞ୍ଜୟ ବାରିକ ମଞ୍ଚ ପରିଚାଳନା କରି ମହାନ୍ ଆତ୍ମା ଠାକୁର ଚରଣ ମେହେରଙ୍କ ସ୍ମୃତିରେ ଗଢିଉଠିଥିବା ରେଡ଼ିଏନ୍ସ୍ ଶିକ୍ଷାନୁଷ୍ଠାନ ବିଷୟରେ ଦୋହରାଇଥିଲେ । ବିୟୋନ ପିକ୍ସେଲ ଷ୍ଟୁଡ଼ିଓ ଭୁବନେଶ୍ବରର ପ୍ରତିଷ୍ଠାତା ଶ୍ରୀ ରାଜେଶ ଗୌଡ ଙ୍କୁ ରେଡ଼ିଏନ୍ସ୍ ସଂସ୍କୃତି ସମ୍ମାନ-୨୦୨୫ ରେ ସମ୍ମାନୀତ କରାଯାଇଥିଲା ଓ ଶେଷ୍ଠ ସ୍ୱୟଂ ସେବକ ଭାବେ ଛାତ୍ର ଅବିନାଶ ଭୁଏ ଓ ସେବିକା ଛାତ୍ରୀ ପ୍ରୀତି ପ୍ରଧାନ ପୁରଷ୍କୃତ କରାଯାଇଥିଲା । ଶେଷରେ ଓଡ଼ିଆ ଅଧ୍ୟାପକ ପ୍ରଫୁଲ୍ଲ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀମାନେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଗୁରୁ ଦ୍ରୋଣ ଓ ଏକଲବ୍ୟ ଉପରେ ଏକ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ ଯାହା ସମାଜକୁ ଏକ ନୂତନ ବାର୍ତ୍ତା ଦେବା ସହିତ, ସମ୍ବଲପୁରୀ, ଓଡ଼ିଶୀ ନୃତ୍ୟ, ସୁମଧୁର ସଙ୍ଗୀତ ଛାତ୍ରଛାତ୍ରୀମାନେ ଗାନ କରିଥିଲେ । ନୃତ୍ୟ ଗୁରୁ ଶ୍ରୀମାନ ଶିବ ଶଙ୍କର ମେହେରଙ୍କ ପ୍ରଚେଷ୍ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ଚେୟାରମେନ ଶ୍ରୀ ମେହେର କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାରେ ପରିସମାସ୍ତି ହୋଇଥିବାରୁ ସମସ୍ତ କର୍ମକର୍ତ୍ତା ଓ ଛାତ୍ରଛାତ୍ରମାନଙ୍କୁ ଧନ୍ୟବାଦ ଦେଇ ପ୍ରଶଂସା କରିଥିଲେ । ଦୁଇଦିନ ବ୍ୟାପି ଅନୁଷ୍ଠିତ ଉତ୍ସବରେ ବିଜେପୁର ପୋଲିସ ବିଭାଗ କଡାକଡି ଭାବେ ଶୃଙ୍ଖଳା ରକ୍ଷାକରି ପ୍ରମୁଖ ଭୂମିକା ନିଭାଇଥିଲେ ।





