ସ୍ବର୍ଗତ ଶିକ୍ଷକଙ୍କ ଜନ୍ମ ଜୟନ୍ତୀ ଅବସରରେ ବୃକ୍ଷରୋପଣ
ସୋହେଲା : ବରଗଡ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସାଧୁପାଲି ଗ୍ରାମରେ ସ୍ବର୍ଗତ ତେଜରାଜ ସୁନାଙ୍କ ୭୫ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସ୍ଥାନୀୟ ସାଧୁପାଲି ମେଟାକାନି ଛକରୁ ସ୍ବର୍ଗତ ସୁନା ମାଷ୍ଟରଙ୍କ ଶ୍ମଶାନ ପୀଠ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କରାଯାଇଛି । ସ୍ବର୍ଗତ ମାଷ୍ଟରଙ୍କ ଭାଇ କ୍ଷୀରସିନ୍ଧୁ ସୁନାଙ୍କ ପରିଚାଳନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ତାଙ୍କ ପତ୍ନୀ ସୁଲୋଚନା, ତିନିପୁତ୍ର ଡିଲେଶ୍ବର, ଯଦୁମଣି, ଦାମୋଦର, ଗୁରେଖ ସୁନା, ଗୋଳବଦନ ବିଭାର, ନବୀନ ମୁନା, ସରୋଜ ସୁନା, ବିଜାରୁ ସୁନା, ସର୍ବେ ବିଭାରଙ୍କ ସମେତ ମାଷ୍ଟର ପ୍ରେମୀ ସୁନା ପରିବାରବର୍ଗ ସହଯୋଗ କରିଥିଲେ । ପିତାଙ୍କ ସ୍ମୃତି ଊଦ୍ଦେଶ୍ୟର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ବୃକ୍ଷ ହିଁ ଜୀବନ ଏବଂ କୌଣସି ଏକ ଅବସରର ବାହାନାରେ ସମସ୍ତେ ନିଜ ନିଜର ସମୟ ସୁବିଧା ଦେଖି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେଲେ ନିଶ୍ଚିତ ଭାବେ ପରିବେଶ ସୁରକ୍ଷା ଦିଗରେ ସାମୁହିକ ସହଯୋଗ ହୋଇପାରିବ ବୋଲି ଜ୍ୟେଷ୍ଠ ପୁତ୍ର ଡିଲେଶ୍ବର ସୁନା ପ୍ରକାଶ କରିଥିଲେ ।





