

ମାନ୍ୟବର ବିଜେପୁର ବିଧାୟକ ଦେଲେ ଶ୍ରଦ୍ଧାଞ୍ଜଳୀ
ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମରେ ସର୍ଗତ ଗୌର ବାରିକଙ୍କ ଶୁଦ୍ଧିକ୍ରିୟା ଅବସରରେ ଆଜି ଶନିବାର ଶୋକାକୁଳ ପରିବେଶ ଦେଖାଯାଇଥିଲା । ଏହି ଅବସରରେ ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟା ଯୋଗଦେଇ ପରିବାରବର୍ଗଙ୍କୁ ସାନ୍ତ୍ବନା ଜଣାଇଥିଲେ ।ବିଧାୟକ ଶ୍ରୀ ଗଡ଼ତୀୟା ସର୍ଗତ ଗୌର ବାରିକଙ୍କ ଫୋଟୋରେ ପୁଷ୍ପାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ସେ କହିଥିଲେ ଯେ, ସର୍ଗତ ଗୌର ବାରିକ ଗ୍ରାମରେ ଜଣେ ସମ୍ମାନୀତ ଓ ସରଳ ସ୍ୱଭାବର ବ୍ୟକ୍ତି ଭାବେ ପରିଚିତ ଥିଲେ ଏବଂ ତାଙ୍କ ବିୟୋଗ ଗ୍ରାମ ପାଇଁ ଏକ ବଡ଼ କ୍ଷତି । ତାଙ୍କ ଦେହାବସାନ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।ଶୁଦ୍ଧିକ୍ରିୟାରେ ବାରିକ ପରିବାରର ତୀର୍ଥ ବାରିକ, ଆନନ୍ଦ ବାରିକ ଓ ପ୍ରଫୁଲ୍ଲ ବାରିକ ଏହି ତିନି ଭାଇଙ୍କ ସମେତ ଅନ୍ୟାନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ବିଧାୟକ ଶ୍ରୀ ଗଡ଼ତିୟା ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ଏହି ଦୁଃଖର ସମୟରେ ଧୈର୍ୟ ଧରିବାକୁ ପରାମର୍ଶ ଦେଇଥିଲେ ଏବଂ ପରଲୋକଗତ ଆତ୍ମାଙ୍କ ଚିରଶାନ୍ତି କାମନା କରିଥିଲେ । ଏହି ଅବସରରେ ଗ୍ରାମର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ ଗ୍ରାମବାସୀମାନେ ମଧ୍ୟ ଯୋଗଦେଇ ସର୍ଗତ ଗୌର ବାରିକଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।





