ସମ୍ବଲପୁର : ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ | ଜୀବ ମାନଙ୍କ ମଧ୍ୟରେ ମାନବ ଜନ୍ମ ହେଉଛି ସର୍ବଶ୍ରେଷ୍ଠ ଜନ୍ମ ଏବଂ ଜୀବନମୁକ୍ତି ହେଉଛି ମାନବ ଜୀବନର ଅନ୍ତିମ ଲକ୍ଷ୍ୟ । ତେଣୁ, ସମସ୍ତେ ନିୟମିତ ଶ୍ରୀମଦ୍ ଭଗବଦ୍ ଗୀତା ଅଧ୍ୟୟନ କରି ତଦାନୁସାରେ ଆଚରଣ କଲେ ମାନବ ଜୀବନ ସାର୍ଥକ ହେବ ବୋଲି ଅକ୍ଷର ବ୍ରହ୍ମ ଯୋଗ ଉପରେ ପ୍ରବଚନ ଦେଇ ଗବେଷକ ତଥା ଇଞ୍ଜିନିୟର ବିଭୁତି ନାରାୟଣ ମାଝୀ ମତବ୍ୟକ୍ତ କରିଛନ୍ତି । ଆଜି ପୂର୍ବାହ୍ନରେ ପ୍ରଫେସର ଡ଼ଃ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାର ସମ୍ମିଳନୀ କକ୍ଷଠାରେ ପୁଣ୍ୟାତ୍ମା ସ୍ବର୍ଗତ ବିପିନ ବିହାରୀ ପଣ୍ଡାଙ୍କ ସ୍ମୃତିରେ ଶ୍ରୀମଦ୍ ଭଗବଦ୍ ଗୀତାର ଅଷ୍ଟମ ଅଧ୍ୟାୟ ଅକ୍ଷର ବ୍ରହ୍ମ ଯୋଗ ଉପରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି | ଏହି ସମାରୋହରେ ଗବେଷକ ତଥା ଇଞ୍ଜିନିୟର ବିଭୁତି ନାରାୟଣ ମାଝୀ ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଅକ୍ଷର ବ୍ରହ୍ମ ଯୋଗ ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ପୃଥ୍ବୀରାଜ ମିଶ୍ରଙ୍କ ସଂଯୋଜନାରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର ସଭ୍ୟସଚିବ ଶ୍ରୀଯୁକ୍ତ ରଘୁନାଥ ମିଶ୍ର ପ୍ରାରମ୍ଭିକ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଉପସଭାପତି ପ୍ରଫେସର ଡ଼ଃ ଶଙ୍କର ପ୍ରସାଦ ପତି ଅତିଥିଙ୍କ ପରିଚୟ ପ୍ରଦାନ ଓ ଇଞ୍ଜିନିୟର ନିର୍ମଳ କର ଶ୍ରୀମଦ୍ ଭଗବଦ୍ ଗୀତାର ଅଷ୍ଟମ ଅଧ୍ୟାୟ ପାଠ କରିଥିଲେ । ଏହି ଆଧ୍ୟାତ୍ମିକ ସମାରୋହରେ ସମ୍ବଲପୁର ସାର୍ବଜନୀନ ଗ୍ରନ୍ଥାଗାରର କର୍ମକର୍ତ୍ତା ଓ ସଭ୍ୟସଭ୍ୟାଙ୍କ ସମେତ ଶତାଧିକ ସଂଖ୍ୟାରେ ସମ୍ବଲପୁର ମହାନଗରର ଆଧ୍ୟାତ୍ମପ୍ରେମୀ ଭଦ୍ରବ୍ୟକ୍ତି ଭଦ୍ରମହିଳା ବୁଦ୍ଧିଜୀବୀ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଡ଼ଃ ଶ୍ରୀମତୀ ନିଳେନ୍ଦ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶ୍ରୀମଦ୍ ଭଗବଦ୍ ଗୀତା ଅକ୍ଷର ବ୍ରହ୍ମ ଯୋଗ ଉପରେ ବିବେଚନା