ଶ୍ରୀଭାବବତ ଟୁଙ୍ଗୀ ସୁରକ୍ଷା ସମିତିର ତୃତୀୟ ବୈଠକ

ମନୋନୀତ ହେଲେ ନୂତନ କର୍ମକର୍ତ୍ତା

ରାଉରକେଲା : ରାଉରକେଲା ସେକ୍ଟର -2,G-50 ସମ୍ମୁଖ ପରିସରରେ ସୁନ୍ଦରଗଡ଼ ଜିଲ୍ଲା ଶ୍ରଭାଗବତ ଟୁଙ୍ଗି ସୁରକ୍ଷା ସମିତିର ତୃତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କଳାକର ରମେଶ ସୁନାଙ୍କ ଆବାହନ କ୍ରମେ ରଜନୀ କାନ୍ତ ଆଚାର୍ଯ୍ୟଙ୍କ ବୈଠରେ ସଭାପତିତ୍ବରେ କରିଥିଲେ । ପ୍ରାରମ୍ଭିକ ବକ୍ତବ୍ୟରେ ଶ୍ରୀଭାଗବତ ସଂସ୍କୃତି, ପରମ୍ପରାର ପ୍ରଚାର ପ୍ରସାରର ଉତଥାପନ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏବଂ ଚଳନ୍ତି ବଜେଟରେ ଖର୍ଚ୍ଚ ପ୍ରକ୍ରିୟା ନେଇ ଆବାହକ ଶ୍ରୀ ସୁନା ବିଭିନ୍ନ ବ୍ଲକରୁ ଆସିଥିବା କଳାକାରଙ୍କୁ ଜଣାଇଥିଲେ । ଏହା ପରେ ଜିଲ୍ଲା ଭାଗବତ ଟୁଙ୍ଗି ସୁରକ୍ଷା ସମିତିର ଗଠନ ନିମନ୍ତେ ପୂର୍ବ ବୈଠକରେ ହୋଇଥିବା ପ୍ରସ୍ତାବ କ୍ରମେ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ସର୍ବସମ୍ମତି କ୍ରମେ ରଜନୀ କାନ୍ତ ଆଚାର୍ଯ୍ୟ ଲେଫ୍ରିପଡ଼ା ବ୍ଲକ ସଭାପତି, ହୁଲ୍ଲାସ ମହାନ୍ତ ନୂଆଗାଁ ବ୍ଲକ କାର୍ଯ୍ୟକାରୀ ସଭାପତି, ଲବ କିଶୋର ସାହୁ ଗୁରୁଣ୍ଡିଆ ବ୍ଲକ, ମାନବୋଧ ପ୍ରଧାନ ହେମଗିରି ବ୍ଲକ ଉପସଭାପତି, ପଦ୍ମ ଚରଣ ଆଚାର୍ଯ୍ୟ ବଣାଇଁ ବ୍ଲକ ସମ୍ପାଦକ, ପ୍ରଫୁଲ୍ଲ କୁମାର ମିଶ୍ର କୁଆଁରମୁଣ୍ଡା ବ୍ଲକ ସହ ସମ୍ପାଦକ, ହୀରାମଣି ଓରାମ ବିଶ୍ରା ବ୍ଲକ କାର୍ଯ୍ୟକାରୀ ସମ୍ପାଦକ ଓ ରମେଶ ସୁନାଙ୍କୁ ରାଉରକେଲା ନଗର କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥବା ବେଳେ ନିଜ ନିଜର କାର୍ଯ୍ୟକୁ ତୁଲାଇବାକୁ ସମସ୍ତେ ପ୍ରତିଶୃତି ଦେଇଥିଲେ । ଏତତ୍ ବ୍ୟତୀତ ଗୀତାଞ୍ଜଳି ମହାନ୍ତ ଲହୁଣୀପଡ଼ା, ନିଶାମାଣି ମହାନ୍ତ ବିଶ୍ରା, ଦାସ କିସାନ କୋଇଡା, ଶ୍ରୀକାନ୍ତ ସାହୁ ବଣାଇଁ, ମହୋରା ବାହାଲା କୁତ୍ରା, ରତି ରାମ ବାଡେକ କୁଆଁରମୁଣ୍ଡା, ତ୍ରିଲୋଚନ ବେହେରା ଲେଫ୍ରିପଡ଼ା, ସେବତୀ ମହାନ୍ତ ବିଶ୍ରା, କୁଠୁ ଲାକ୍ରା ରାଜଗାଙ୍ଗପୁର, ଜଗେଶ୍ୱର ଚିତା ଟାଙ୍ଗରପାଲି, ପ୍ରକାଶ ମଣ୍ଡଳ ଲାଠିକଟା, ଅଶ୍ୱିନୀ ବାଘ ବୀରମିତ୍ରପୁର ଓ ସୂର୍ଯ୍ୟମଣି ପଟେଲଙ୍କୁ ଟାଙ୍ଗରପାଲି କାର୍ଯ୍ୟକାରୀ ସଭ୍ୟ/ସଭ୍ୟା ଭାବେ ମନୋନୀତ କରାଯାଇଥିଲା । ଉପଦେଷ୍ଟା ସଦସ୍ୟ ଭାବେ ବଡଗାଁ ଦଶରଥ ସାହୁ ମନୋନୀତ ହୋଇଥିବା ବେଳେ “ସୁନ୍ଦରଗଡ଼ ଜିଲ୍ଲା ଶ୍ରୀ ଭାଗବତ ସୁରକ୍ଷା ସମିତି, ସୁନ୍ଦରଗଡ଼” ଭାବେ ଅନୁଷ୍ଠାନଳବା ସମିତିକୁ ନାମିତ କରାଯାଇଥିଲା । ସମ୍ପାଦକ ଓ କୋଷାଧ୍ୟକଙ୍କ ନାମରେ ସମିତିର ବ୍ୟାଙ୍କ ଆକାଉଣ୍ଟ୍ ଖୋଲିବାକୁ କମିଟି ସ୍ୱୀକୃତି ଦେବାପରେ ଉପସ୍ଥିତ କିଛି କଳାକାର ଅନୁଷ୍ଠାନ ପାଣ୍ଠି ପାଇଁ 14,500 ଟଙ୍କା ପ୍ରଦାନ କରିଥିଲେ । ଆଗାମୀ ଦିନରେ ସମସ୍ତ ବ୍ଲକରେ ବ୍ଲକ ଶ୍ରୀ ଭାଗବତ ଟୁଙ୍ଗି ସୁରକ୍ଷା ସମିତି ଗଠନ ଓ ଆବଶ୍ୟକ ପଞ୍ଜିକରଣ। ଆୟ ବ୍ୟୟ ବିବରଣୀ ରକ୍ଷଣ କାର୍ଯ୍ୟ ପାଇଁ ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା । ସମିତିର ପରବର୍ତ୍ତି ବୈଠକ ଲେଫ୍ରିପଡା ବ୍ଲକରେ କରାଯିବାକୁ ସ୍ଥିର କରାଯାଇଥିଲା । ଶେଷରେ ନୂତନ ସଭାପତି ଅଭିଭାଷଣ ପୂର୍ବକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ ଘୋଷଣା କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top