ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡା ଉତ୍ସବ

ଶ୍ରୀଅରବିନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡା ଉତ୍ସବ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାରୀ ମିର୍ଦ୍ଧା ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଘନଶ୍ୟାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଶ୍ରୀମା ଶ୍ରୀଅରବିନ୍ଦଙ୍କ ନିକଟରେ ନିବେଦନ କରିବା ପରେ ନର୍ସରୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଲ ପରିଚାଳନା କମିଟୀ ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତା ତଥା କୋଷାଧ୍ୟକ୍ଷା ପ୍ରତିମା ଗୁରୁଙ୍କ ସଂଯୋଜନାରେ ଆୟୋଜିତ ଉଦଯାପନୀ ସମାରୋହରେ ଅମୃତଧାରା ନରସିଂହୋମର ମୁଖ୍ୟ ଯଶୋବନ୍ତ ମେହେର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଦେବାର୍ଚ୍ଚନ ସାହୁ, ରାଜେଶ୍ବର ବେହେରା, ସଞ୍ଜିବ କୁମାର ପଣ୍ଡା, କୁମର ମହାନନ୍ଦ, ଅଧ୍ୟାପକ ଶାନ୍ତନୁ ସାହୁ, କୁନ୍ତଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶିଶିର ସେଠ, ଚୂଡାମଣି ତାଣ୍ଡିଙ୍କ ପରିଚାଳନାରେ ପୁରସ୍କାର ବିବରଣ ସମାରୋହ ଅନୁଷ୍ଠିତ ହୋଇଥିଲା । କୌତୁକ ବେଶ ପ୍ରତିଯୋଗିତା ସମସ୍ତଙ୍କୁ ହସର ଖୋରାକ ଯୋଗାଇଥିଲା । କ୍ରୀଡା ଶିକ୍ଷକ ପୁଷ୍ପ କୁମାର ପଧାନ, ରୋମାଞ୍ଚଳ ମହାନନ୍ଦଙ୍କ ସମେତ ଶିକ୍ଷା କେନ୍ଦ୍ରର ସମସ୍ତ ଅପାଭାଇ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ । ଅଧ୍ୟକ୍ଷ ବଳରାମ ସାହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top