

ଶ୍ରୀ ଶ୍ରୀ ସୋମନାଥ ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ
ବିଜେପୁର/ବରଗଡ :ବରଗଡ ଜିଲ୍ଲା ବିଜେପୁର ଶ୍ରୀ ଶ୍ରୀ ସୋମନାଥ ମହାଦେବଙ୍କ ବିଜେସ୍ଥଳୀ ଆନନ୍ଦନଗର ତୃତୀୟ ବର୍ଷ ଶୀତଳଷଷ୍ଠୀ ଯାତ୍ରା ମହା ସମାରୋହରେ ସମ୍ପନ୍ନ ହୋଇଯାଇଛି । ମଇ ୩୦ ତାରିଖ ଶୁକ୍ରବାର ସନ୍ଧ୍ୟାରେ ନିର୍ବନ୍ଧ, ୩୧ ତାରିଖ ସକାଳେ ବରାନୁଗମନ, ଦିନବେଳା ଶିବ ପାର୍ବତୀଙ୍କ ବିବାହ, ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ଘର ବାହୁଡ଼ା ଏବଂ ଜୁନ ୧ ତାରିଖ ରବିବାର ଦିନ ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପ୍ରଭୁ ସୋମନାଥ (ଶିବ)ଙ୍କର ପିତାମାତା ଭାବେ ଗୋକୁଳ ଅଗ୍ରଓ୍ବାଲ ଓ ସୁନୀତା ଅଗ୍ରଓ୍ବାଲ ଦମ୍ପତ୍ତି ଏବଂ ମାତା ପାର୍ବତୀଙ୍କର ପିତାମାତା ଭାବେ ଭାସ୍କର ମେହେର ଓ ସୁଜାତା ମେହେର ଦମ୍ପତ୍ତି ଦାୟିତ୍ବ ତୁଳାଇବାର ସୌଭାଗ୍ୟ ଅର୍ଜନ କରିଥିଲେ । ପୁରୋହିତ ଭାବେ ମଣ୍ଟୁ ସାବତ ଓ ଚିଣ୍ଟୁ ଦାଶ ଦାୟୀତ୍ବ ତୀଳାଇଥିଲେ । ସୋମନାଥ ବାବା ମନ୍ଦିରର ମୁଖ୍ୟ ପୃଷ୍ଠପୋଷକ ଚିକୁନୁ ମେହେର କାର୍ଯ୍ୟକ୍ରମର ଯୋଗସୂତ୍ର ରକ୍ଷା କରିଥିବା ବେଳେ ମନ୍ଦିର ପରିଚାଳନା କମିଟୀ ସମେତ ବିଜେପୁରବାସୀ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ ।





