

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବଣବିହାର
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ମାତୃତୀର୍ଥ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବଣବିହାର ଅନୁଷ୍ଠିତ ହୋଇଯାଇଛି । ପୁଖାମୁଣ୍ଡା ଷଣ୍ଢେଶ୍ବର ବାବା ଶିବ ମନ୍ଦିରରେ ଆୟୋଜିତ ବଣବିହାରରେ ପରିଚାଳନା କମିଟୀ ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କୋଷାଧ୍ୟକ୍ଷା ପ୍ରତିମା ଗୁରୁ, ସଂପାଦକ ଦେବାର୍ଚ୍ଚନ ସାହୁ, ପାଠଚକ୍ର ସଦସ୍ୟ ରାଜେଶ୍ବର ବେହେରା ଓ ସଞ୍ଜିବ କୁମାର ପଣ୍ଡା, ସଦସ୍ୟା କୁନ୍ତଳା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗୀତ, ଗଳ୍ପ କଥନ, କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିକ୍ଷକ ଚୂଡାମଣି ତାଣ୍ଡି ସମାରୋହକୁ ସଂଯୋଜନା କରିଥିଲେ ଓ ଅଧ୍ୟକ୍ଷ ବଳରାମ ସାହା ଧନ୍ୟବାଦ ଅର୍ପଣ କରିଥିଲେ । ପିଲାଏ ଷଣ୍ଢେଶ୍ବର ମନ୍ଦିର ପରିଦର୍ଶନ ସହ ବରଗଛ ଓହଳରେ ଦୋଳି ଖେଳିବାର ମଜା ଉଠାଇଥିଲେ । ଶିକ୍ଷା କେନ୍ଦ୍ରର ସମସ୍ତ ଅପାଭାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।





