ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ମାତୃ ସମ୍ମିଳନୀ

Oplus_131072

ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ରରେ ମାତୃ ସମ୍ମିଳନୀ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ମାତୃତୀର୍ଥ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ପ୍ରେମୀ ଘନଶ୍ୟାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଶ୍ରୀମା ଶ୍ରୀ ଅରବିନ୍ଦଙ୍କ ନିକଟରେ ଧୂପ ପୁଷ୍ପ ଅର୍ପଣ ପରେ ସ୍ବର୍ଣ୍ଣପ୍ରଭା ଅପା ଦୁର୍ଗା ସ୍ତୋତ୍ର, ରାଜଲକ୍ଷ୍ମୀ ଅପା ମାଁ ପୁସ୍ତକ ପଠନ କରିଥିଲେ ,। ଶିକ୍ଷା କେନ୍ଦ୍ରର ଛାତ୍ରୀଗଣ ମାତୃ ବନ୍ଦନା ପରିବେଷଣ କରିଥିଲେ । ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରଞ୍ଜୁ ମାଝୀ ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରିଥିଲେ । ଅଞ୍ଚଳ କଲେଜ ପଦ୍ମପୁରର ଅଧ୍ୟାପିକା ତାପନୀ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପୂର୍ଣ୍ଣାଙ୍ଗ ଶିକ୍ଷାରେ ମାଁ ମାନଙ୍କର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ପଦ୍ମପୁର ଉପଖଣ୍ଡ ହସପିଟାଲର ସର୍ଜରୀ ଚିକିତ୍ସକ ଡାକ୍ତରାଣୀ ଖ୍ୟାତିସମ୍ଭବା ମହାପାତ୍ର ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ଉତ୍ତମ ଶିଶୁ ଗଠନରେ ଜନନୀଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ । ପରିଚାଳନା କମିଟି ସଦସ୍ୟ ରାଜେଶ୍ବର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷା ପ୍ରତିମା ଗୁରୁ ସମ୍ମିଳନୀକୁ ପରିଚାଳନା କରିଥିଲେ । ନର୍ସରୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଅଭିଭାବିକା କାର୍ଯ୍ୟକ୍ରମରେ ସାମିଲ୍ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଅପାଭାଇ ସହଯୋଗ କରିଥିଲେ । ସଂପାଦକ ଦେବାର୍ଚ୍ଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Oplus_131072

Leave a Comment

Your email address will not be published. Required fields are marked *

Scroll to Top