ଶ୍ରୀଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ

ରୂପାନ୍ତରିତ ମନ ପ୍ରାଣରେ ଭଗବତ୍ ପ୍ରାପ୍ତି ହିଁ ଜୀବନର ଲକ୍ଷ୍ୟ ହେଉ ବୋଲି ମତପ୍ରକାଶ

ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଶ୍ରୀଅରବିନ୍ଦ ପାଠଚକ୍ରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହରେ ଆୟୋଜିତ ହେଉଛି । ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ସନତ କୁମାର ଗଡତିୟା ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ପରିଚାଳନା କମିଟି ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ତଥା ସଂପାଦକ ଦେବାର୍ଚ୍ଚନ ସାହୁଙ୍କ ସଂଯୋଜନାରେ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ ସୁବର୍ଣ୍ଣ ଓ ରୌପ୍ୟ ଜୟନ୍ତୀ ସ୍ମରଣିକା ଅଭୀପ୍ସା ଲୋକାର୍ପିତ ହୋଇଥିଲା ।

ନବ ଜୀବନ ଶିକ୍ଷା ସଂସଦ କଟକର ପ୍ରାକ୍ତନ ସଂପାଦକ ପ୍ରସାଦ ତ୍ରିପାଠୀ ମୁଖ୍ୟବକ୍ତା, ପ୍ରାକ୍ତନ ବିଇଓ ଘନଶ୍ୟାମ ସାହୁ ସମ୍ମାନୀୟ ଅତିଥି, ଜିଲ୍ଲା ସଂଗଠକ ସମରେନ୍ଦ୍ର ଲେଙ୍କା ଓ ଡକ୍ଟର ଉପେନ୍ଦ୍ର ମହାପାତ୍ର ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ଥିଲେ । ରୂପାନ୍ତରିତ ମନ ପ୍ରାଣରେ ଭଗବତ୍ ପ୍ରାପ୍ତି ହିଁ ଜୀବନର ଲକ୍ଷ୍ୟ ହେଉ ବୋଲି ବକ୍ତାଗଣ ମତପ୍ରକାଶ ପାଇଥିଲା । ମ୍ୟାନେଜିଂ ଟ୍ରଷ୍ଟି ପ୍ରତିମା ଗୁରୁ ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଟ୍ରଷ୍ଟି ରାଜେଶ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଉଦଘାଟନୀ ସମାରୋହ ପୂର୍ବରୁ ଶ୍ରୀଅରବିନ୍ଦ ପାଠଚକ୍ର ସଂଗଠନର ଜିଲ୍ଲା ସଂଗଠକ ଶ୍ରୀଧର ସାହୁ ଯୋଗଦେଇ ମାତୃ ପତାକା ଉତ୍ତୋଳନ କରିଥିଲେ। ମ୍ୟାନେଜିଂ ଟ୍ରଷ୍ଟି ପ୍ରତିମା ଗୁରୁଙ୍କ ସଂଯୋଜନାରେ ଦ୍ବିତୀୟ ଅଧିବେଶନରେ ମାତୃ ସମ୍ମୀଳନୀ ଅନୁଷ୍ଠିତ ହୋଇଥିଲା ।

ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ ମୁଖ୍ୟ ଅତିଥି, ଜୟନ୍ତୀ ସିଂ,ମମତା, ତପସ୍ବିନୀ ମହାପାତ୍ର ପ୍ରମୁଖ ଯୋଗଦେଇ ଦିବ୍ୟ ଯୁଗ ଗଠନରେ ନାରୀର ଭୂମିକା ସଂପର୍କରେ ଆଲୋଚନା କରିଥିଲେ । ଟ୍ରଷ୍ଟି କୁନ୍ତଳା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭାପତି ଲୋକନାଥ ମେହେରଙ୍କ ଅଧ୍ୟକ୍ଷତା ତଥା ଟ୍ରଷ୍ଟି ଶାନ୍ତନୁ ସାହୁଙ୍କ ସଂଯୋଜନାରେ ସାନ୍ଧ୍ୟ ଅଧିବେଶନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ମୁଖ୍ୟ ଅତିଥି, ସାମାଜିକ କର୍ମୀ ସଂଜୀବ କୁମାର ପଣ୍ଡା ସମ୍ମାନୀୟ ଅତିଥି, ଜିଲ୍ଲା ସଂଗଠକ ରମେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଗାଇସିଲେଟ ବ୍ଲକ ଆବାହକ ଧନପତି ଦେବତା ସମ୍ମାନୀୟ ବକ୍ତା ଭାବେ ଯୋଗଦେଇ ଥିଲେ । ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ବଳରାମ ସାହା ଧନ୍ୟବାଦ ଅର୍ପଣ କରିଥିଲେ । ସନ୍ଧ୍ୟାରେ ରାଜେଶ୍ବର ବେହେରାଙ୍କ ରଚିତ ଓ କୁମର ମହାନନ୍ଦଙ୍କ ନିର୍ଦ୍ଦେଶନାରେ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଦ୍ବାରା ସମ୍ବଲପୁରୀ ନାଟକ ଗଛ ପରିବେଷିତ ହୋଇଥିଲା । ପରେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସମସ୍ତ ଅପାଭାଇ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top