ସ୍ନାତକରେ କମଗାଁ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ କୃତିତ୍ବ

ସ୍ନାତକରେ କମଗାଁ ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ କୃତିତ୍ବ

ବରଗଡ : ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସ୍ନାତକ ପରୀକ୍ଷା – 2025 ର ଫଳାଫଳ ପ୍ରକାଶ ପାଇଥିବା ବେଳେ ଏଥିରେ ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଶକୁନ୍ତଳା ବିଦ୍ୟାଧର ମହିଳା ସ୍ନାତକ ମହାବିଦ୍ୟାଳୟ, କମଗାଁର ଛାତ୍ରୀମାନେ ଉନ୍ନତ ମାନରେ ସଫଳତା ହାସଲ କରିଛନ୍ତି । ମହାବିଦ୍ୟାଳୟର ଯୁକ୍ତ ଦୁଇ ଅଧ୍ୟକ୍ଷଙ୍କ ସୂଚନା ଅନୁସାରେ ବିଭିନ୍ନ ସମ୍ମାନ ବିଷୟରେ ପରୀକ୍ଷା ଦେଇଥିବା ମହାବିଦ୍ୟାଳୟର ୧୭୫ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୬୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୧୧୬ ଜଣ ପ୍ରଥମ ଶ୍ରେଣୀ ସମ୍ମାନ ସହିତ ଡ଼ିସଟିଙ୍କସନ ପାଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ଜଣ ଛାତ୍ରୀ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଶ୍ରେଷ୍ଠ ୧୦ ନମ୍ବରରେ ସ୍ଥାନ ପାଇଛନ୍ତି । ଶିକ୍ଷା ସମ୍ମାନରେ ଶିବାନୀ ସାହୁ ତୃତୀୟ, ଇଂରାଜୀ ବିଭାଗରେ ସୋନମ ବାରିକ ଦ୍ବିତୀୟ, ସିମରନ ବେହେରା ସପ୍ତମ, ହିନ୍ଦୀ ବିଭାଗରେ ସ୍ମୃତି ବାରିକ ପ୍ରଥମ, ଆଶା ପଧାନ ଦ୍ବିତୀୟ, ଭୂମିକା ଭୋଇ ଅଷ୍ଟମ, ରୋଜିସ୍ମିତା ସାହୁ ନବମ, ଓଡ଼ିଆ ବିଭାଗରେ ଶୁଭଶ୍ରୀ କାଣ୍ଡ ନବମ, କ୍ରିଷ୍ଣା ଭୋଇ ଦଶମ, ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନରେ ଡଲିନା ସାହୁ ପ୍ରଥମ, ମାଧୁରୀ ସାହୁ ଦ୍ବିତୀୟ, ତୁଷାରିକା ଶତପଥି ତୃତୀୟ, ନିହା ପଧାନ ଚତୁର୍ଥ, ଗୃହ ବିଜ୍ଞାନରେ ଝାନ୍ସୀ ସାହୁ ଚତୁର୍ଥ ଓ ମିନି ମେହେର ପଞ୍ଚମ ସ୍ଥାନ ପାଇଛନ୍ତି । ଶକୁନ୍ତଳା ବିଦ୍ୟାଧର ମହିଳା ସ୍ନାତକ ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀମାନେ ବିଶ୍ୱ ବିଦ୍ୟାଳୟ ସ୍ନାତକ ପରୀକ୍ଷାରେ ଶ୍ରେଷ୍ଠ ଦଶ ମଧ୍ୟରେ ସ୍ଥାନ ପାଇଥିବା ବେଳେ ପ୍ରତିବର୍ଷ ସେମାନଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ମାନୀତ କରାଯାଇଥାଏ । ଏହି ସମସ୍ତ ଛାତ୍ରୀ ମହାବିଦ୍ୟାଳୟର ନାମକୁ ଗୌରବାନ୍ମିତ କରିଥିବାରୁ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଲମ୍ବୋଦର ସାହୁ, ଶକୁନ୍ତଳା ବିଦ୍ୟାଧର ଟ୍ରଷ୍ଟ, ସମ୍ବଲପୁରର ଟ୍ରଷ୍ଟି ତଥା ମହାବିଦ୍ୟାଳୟର ଉପଦେଷ୍ଟା ଡ଼.କାମଦେବ ସାହୁ, ରଂଜିତ ସାହୁ ଓ ସୁବନ୍ଦିତା ମିଶ୍ର, ଟ୍ରଷ୍ଟି ତଥା କମଗାଁ ଯୁକ୍ତ ଦୁଇ ମହାବିଦ୍ୟାଳୟର ପ୍ରାଧ୍ୟାପକ ରବିନାରାୟଣ ସାହୁ, ଅଧ୍ୟକ୍ଷ ପ୍ରେମାନନ୍ଦ ପଟେଲ, ଯୁକ୍ତତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ରତିକାନ୍ତ ସାହୁ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସମସ୍ତ ଛାତ୍ରୀ ତଥା ଅଭିଭାବକ ମାନଙ୍କୁ ଶୁଭେଚ୍ଛା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top