

ଶିଶୁ ମନ୍ଦିରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଳେ ପ୍ରଧାନ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନନୀୟ କ୍ରାନ୍ତିକବି ହରିଲାଲ ସାହୁ ଯୋଗଦେଇ ମାଁ ମାତୃଭାଷାକୁ ସମ୍ମାନ ଦେବା ସହ ଏହାର ସୁରକ୍ଷା କରିବା ଉଦ୍ଦେଶ୍ୟରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଆଚାର୍ଯ୍ୟ ଭୈରବ ଭୁଏଙ୍କ ସଂଯୋଜନାରେ ଆଚାର୍ଯ୍ୟ ଉମାକାନ୍ତ ଜାଲ ଅତିଥିଙ୍କୁ ପରିଚୟ କରେଇଥିବା ବେଳେ ସହ-ପ୍ରଧାନ ଆଚାର୍ଯ୍ୟ ସଦାନନ୍ଦ ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ଆଚାର୍ଯ୍ୟ ଆନନ୍ଦ ପଧାନ ସ୍ବରଚିତ କବିତା ଆବୃତ୍ତି କରିଥିଲେ ଓ ଦ୍ବିତୀୟ ଶ୍ରେଣୀ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ମାତୃଭାଷା ଦିବସ ଅବସରରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି କ୍ରାନ୍ତିକବି ଶ୍ରୀଯୁକ୍ତ ସାହୁ ପୁରସ୍କୃତ କରିଥିଲେ ।





