ଶିଶୁ ଦିବସ ଓ ବାର୍ଷିକୋତ୍ସବ ବିପୁଳ ଉତ୍ସାହ ଉଦ୍ଧୀପନାରେ ପାଳିତ

ଶିଶୁ ଦିବସ ଓ ବାର୍ଷିକୋତ୍ସବ ବିପୁଳ ଉତ୍ସାହ ଉଦ୍ଧୀପନାରେ ପାଳିତ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ବିଜେପୁରରେ ଶୁକ୍ରବାର ଶିଶୁ ଦିବସ ସମାରୋହ ଓ ବାର୍ଷିକୋତ୍ସବ ବହୁ ଉତ୍ସାହ ଉଦ୍ଧୀପନାରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଶ୍ରୀ ମନୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଜେପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର, ମୁଖ୍ୟବକ୍ତା ଭାବେ କ୍ରାନ୍ତିକବି ହରିଲାଲ ସାହୁ, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ସ୍ବାଧୀନ କୁମାର ସାହୁ, ବିଦ୍ୟାଳୟର ପଞ୍ଚସଖା ଶିକ୍ଷାସେତୁ ତଥା ପୁରାତନ ଛାତ୍ରସଂସଦର ସଭାପତି ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ,ବିଜେପୁର କ୍ଳଷ୍ଟର ସିଆରସିସି ସୁଧାଂଶୁ ଶେଖର ଜାଲ ଉପସ୍ଥିତ ରହି ଶିଶୁ ଦିବସ ଆଧାରିତ ସୁଚିନ୍ତିତ ବହୁମୁଲ୍ୟ ବକ୍ତବ୍ୟ ରଖି ଛାତ୍ରଛାତ୍ରୀମାନଙ୍କୁ ସୁନାଗରିକ ହେବା ପାଇଁ ମାର୍ଗ ଦର୍ଶନ ଦେଇଥିଲେ ଏବଂ ବିଦ୍ୟାଳୟ ତଥା ଛାତ୍ରଛାତ୍ରୀମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

ଶିକ୍ଷକ ରବି ଶଙ୍କର ଗୁରୁଙ୍କ ପରିଚାଳନାରେ ଶିକ୍ଷକ ଜିତେନ୍ଦ୍ର ପଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ଓ ଶିକ୍ଷକ ନିର୍ମଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହାପରେ ଶିକ୍ଷକ ରବି ଶଙ୍କର ଗୁରୁଙ୍କ ନିର୍ଦ୍ଦେଶନାରେ ଶିକ୍ଷକ ଦୁର୍ଯ୍ୟୋଧନ ଦୀପ ଓ ନିର୍ମଳ ସାହୁଙ୍କ ମିଳିତ ଉଦ୍ୟମରେ ରଚିତ ନାଟକ ‘ପ୍ରାୟଶ୍ଚିତ’ ରେ ‘ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲ ଯାହାର ଗୀତସବୁ ଶିକ୍ଷକ ନିର୍ମଳ ସାହୁ ରଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଂଗୀତ, ନୃତ୍ୟ ପରିବେଷଣ ପରେ ପୁରସ୍କାର ପ୍ରଦାନ ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଇଥିଲା । ସକାଳ ୯ ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ସୂଚାରୁ ରୂପେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସମେତ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top