

ଶିକ୍ଷକ ସଂଘକୁ ମିଳିଲା ୫ ଲକ୍ଷ ଟଙ୍କାର ଅନୁଦାନ ରାଶି
ବିଜେପୁର : ଅଦ୍ୟ ତା.୨୦.୧୦.୨୦୨୫ ସୋମବାର ଶୁଭ ଦୀପାବଳି ଅବସରରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ବିଜେପୁର ତରଫରୁ ଏକ ପ୍ରତିନିଧି ଦଳ ବରଗଡ଼ ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କୁ ବରଗଡ ସ୍ଥିତ ତାଙ୍କ ବାସଭବନରେ ଭେଟି ଶୁଭେଚ୍ଛା ଜଣାଇବା ସହ ପ୍ରସ୍ତାବିତ ଶିକ୍ଷକ ଭବନର ସମ୍ମୁଖରେ ଏକ ସଭା ମଣ୍ଡପ ନିର୍ମାଣ ପାଇଁ ଅନୁରୋଧ କରିଥିଲେ | ଶିକ୍ଷକ ମାନଙ୍କ ଅନୁରୋଧକୁ ରକ୍ଷା କରି ମାନ୍ୟବର ସାଂସଦ ଖୁସିର ସହିତ ଅତି ଶୀଘ୍ର ୫ଲକ୍ଷ ଟଙ୍କାର ଅନୁଦାନ ଦେବାକୁ ସ୍ୱୀକୃତି ପ୍ରଦାନ କରିଥିବା ସୂଚନା ମିଳିଛି । ଏହି ପ୍ରତିନିଧି ଦଳରେ ସଂଘର ସଭାପତି ଶ୍ରୀଯୁକ୍ତ ସନ୍ତୋଷ ବାଗ, ସମ୍ପାଦକ ସୌମ୍ୟ ରଞ୍ଜନ ପଧାନ, ସଦସ୍ୟ ହୃଦମଣି ସାହୁ, ଶୈଳେନ୍ଦ୍ର ନାରାୟଣ ମିଶ୍ର, ଆର୍ତତ୍ରାଣ ଚୌହାନ ପ୍ରମୁଖ ଥିଲେ ।



