

ଶିକ୍ଷକ ସଂଘ ତରଫରୁ ମେଗା ରକ୍ତଦାନ ଶିବିର
ବିଜେପୁର _ ବରଗଡ ଜିଲ୍ଲା ବିଜେପୁର ଶିକ୍ଷକ ଭବନ ଠାରେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନ୍ତୋଷ ବାଗଙ୍କ ତତ୍ତ୍ବାବଧାନରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ସମ୍ମାନୀତ ଅତିଥି ଭାବେ ବିଜେପୁର ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ଯୋଖିପାଲି ସରପଞ୍ଚ ସବିତା ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।


ବରଗଡ ରକ୍ତ ଭଣ୍ଡାରରୁ ପରୀକ୍ଷାଗାର କାରିଗର ରେବତୀକାନ୍ତ ସାହୁ, ପରାମର୍ଶଦାତା ଅମରଦୀପ ମହାନ୍ତି, ସହାୟକ ଶ୍ରୀବତ୍ସ ସେଠ ଓ ମହେନ୍ଦ୍ର ମେହେର, ଗାଡି ଚାଳକ କୃଷ୍ଣଚନ୍ଦ୍ର ସାହୁ ଆସି ଏହାର ସୁପରିଚାଳନା କରି ୪୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ । ସଂଘର ସଭ୍ୟ/ସଭ୍ୟାଙ୍କ ଓ ଅନ୍ୟମାନେ ମଧ୍ୟ ରକ୍ତଦାନ ଭଳି ମହାନ୍ ଦାନରେ ନିଜର ସହଭାଗିତା ରଖିଥିଲେ । କାର୍ଯ୍ୟକ୍ରମରେ ସମ୍ପାଦକ ସୌମ୍ୟ ରଞ୍ଜନ ପଧାନଙ୍କ ସମେତ ଶିକ୍ଷକ/ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।





