ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଯାପିତ

ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଯାପିତ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ମାତୃତୀର୍ଥ ପରିସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଶିକ୍ଷକ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ନବ ଜୀବନ ଶିକ୍ଷା ସଂସଦର ବରଗଡ଼ ଜିଲ୍ଲା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ନିରୀକ୍ଷକ ବ୍ରଜ ମୋହନ ବେହେରା ପ୍ରଶିକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିରରେ ବିଜେପୁର ବ୍ଲକର ବିଜେପୁର, ଗଣ୍ଠିଆପାଲି, ମାନପୁର, ସୋହେଲା ବ୍ଲକର ସୋହେଲା ,ଲୁହୁରାଚଟି, ଗାଇସିଲେଟ ବ୍ଲକର ଗୁଦେରପାଲି ଓ କେନ୍ଦୁଭଟା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୫୮ ଜଣ ଅପାଭାଇଗଣ ପ୍ରଶିକ୍ଷଣ ନେଇଥିଲେ। ସ୍ଥାନୀୟ ଶିକ୍ଷା କେନ୍ଦ୍ରର ସଂପାଦକ ଦେବାର୍ଚ୍ଚନ ସାହୁ, କୋଷାଧ୍ୟକ୍ଷ ପ୍ରତିମା ଗୁରୁ, ଅଧ୍ୟକ୍ଷ ବଳରାମ ସାହା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top