ବରଗଡ଼ : ବରଗଡ଼ ସହରର ପୁରାତନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଵା ଡିଏଚ୍ଏଚ୍ ହସ୍ପିଟାଲରେ ଥିବା ରକ୍ତ ଭଣ୍ଡାର ଏବେ ଉଠି ଯିବ ବୋଲି ଚର୍ଚ୍ଚା ହେବା ପରେ ବରଗଡ଼ବାସୀ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ବୁଧବାର ହସ୍ପିଟାଲ ପରିସରରେ ଏହାକୁ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ ହୋଇ ଥିଲା। ଆବଶ୍ୟକ ସମୟରେ ରକ୍ତ ଯୋଗାଡ଼ କରିବା ପାଇଁ ବରଗଡ଼ ସହରର ଏହି ରକ୍ତ ଭଣ୍ଡାର ଟି ବେଶ ଉପଯୋଗୀ ହଉଥିବା ବେଳେ କାହିଁକି କି ଓ କାହା ସ୍ୱାର୍ଥ ରେ ଏପରି କାର୍ଯ୍ୟ କରଯାଉଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଏହି ରକ୍ତ ଭଣ୍ଡାର କୁ ଯଥା ସ୍ଥିତି ଚାଲୁ ରଖିବାକୁ ହସ୍ପିଟାଲ ବଞ୍ଚାଅ ଅଭିଯାନ ଦାବୀ କରିଛି। ବରଗଡ଼ ବ୍ଲକ, ବରପାଲି, ବିଜେପୁର, ଭେଡେନ ସୋହେଲା ଅଂଚଳର ରୋଗୀ ମାନଙ୍କୁ ରକ୍ତ ପାଇଁ ହଇରାଣ ହେବାକୁ ପଡିବ ବୋଲି କହିଛନ୍ତି । ରାଜେନ୍ଦ୍ର ସିକନ୍ଦର, ଶିବାନନ୍ଦ ମଟାରୀ, ସାରଥୀ ମେହେର, ରାଜୁ ଅଗ୍ରୱାଲ,ରମେଶ ମହାପାତ୍ର, ଭବାନୀ ସାହୁ,କିଶୋର ସାହୁ,ସରୋଜ ନାଏକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏହା କୁ ନେଇ ଦସ୍ତଖତ ଅଭିଯାନ ଆରମ୍ଭ କରାଯିବ ବୋଲି ଶ୍ରୀ ସିକନ୍ଦର କହିଛନ୍ତି।




